Latest Odisha News

BREAKING NEWS

ବଲାଙ୍ଗିର ଦୁର୍ଘଟଣା: ସାନ ଝିଅ ପରେ ଆଖି ବୁଜିଲେ ବଡଝିଅ ଓ ବାପା

ବଲାଙ୍ଗିର:ମୃତ୍ୟୁ ଏମିତି ଅତର୍କିତ ଆସେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଘରୁ ବାହାରିଥିଲେ  ବାପାଙ୍କ ସହ ଦୁଇ ଝିଅ । ଆଧାରକାର୍ଡ ଅପଡେଟ କରିବେ । ପୁଣି ଘରକୁ ଫେରିବେ । ହେଲେ କେହି ଫେରିଲେନି । ଜଣକ ପରେ ଜଣେ ଚାଲିଗଲେ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ ।

ସକାଳେ ବଲାଙ୍ଗୀର ପୁଇଁତଲା ବ୍ଲକରେ ଘଟିଥିବା ଦୁର୍ଘଟଣାରେ ସାନ ଝିଅ  ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲା । ଡାକ୍ତରଖାନାରେ ବାପା-ବଡ ଭଉଣୀ ଚିକିତ୍ସିତ ହେଉଥିଲେ । ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ବଲାଙ୍ଗୀର ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ଜଣେ ବ୍ୟକ୍ତି ନିଜ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ବ୍ଲକକୁ ଯାଉଥିଲେ । ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟ ସାନ ଝିଅର ମୃତ୍ୟୁ ହୋଇଥିଲା ।  ଏତେ ଜୋରରେ ଧକ୍କା ଦେଇଥିଲା ଯେ,  ଦୁର୍ଘଟଣା ଘଟାଇ ବସଟି ଗଇଁତଳା ତହସିଲ ପାଖରୁ ଛକ ପର୍ଯ୍ୟନ୍ତ ପ୍ରାୟ  ଅଧ କିମି ଯାଏ ଝିଅକୁ ଘୋଷାଡ଼ି ନେଇଥିଲା ।

ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ବଡ ଝିଅ ଓ ବାପାକୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ ଏବଂ ଗଇଁତଲା ଛକ ଠାରେ ଶବ ରଖି କ୍ଷତିପୂରଣ ଦାବି କରିଥିଲେ ।

Leave A Reply

Your email address will not be published.