Latest Odisha News

BREAKING NEWS

ସୁରଜ ବଡଜାତ୍ୟାଙ୍କ ‘ଉଁଚାଇ’ରେ ପରିନୀତିଙ୍କୁ ଏଣ୍ଟ୍ରି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ନିଜ ଚଳଚ୍ଚିତ୍ର ବିଷୟରେ ସୋସିଆଲ୍‌ ମିଡିଆରେ ଘୋଷଣା କରିଛନ୍ତି। ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ‘ଉଁଚାଇ’ରେ ଅଭିନୟ କରିବେ। ପରିନୀତି ନେପାଳରେ ଫିଲ୍ମର କ୍ରୁ ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ନି

ର୍ଦ୍ଦେଶକଙ୍କ ସହ ଏକ ଫଟୋ ସେୟାର କରି ପରିନୀତି କହିଛନ୍ତି ଯେ ସୁରଜ ବଡଜାତ୍ୟାଙ୍କ ଫିଳମର ଅଂଶ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ଏବଂ ଗୌରବାନ୍ୱିତ। ନେପାଳରେ ‘ଉଁଚାଇ’ର ସୁଟିଂ କରାଯାଉଛି।

ଏଥିରେ ପରିନୀତିଙ୍କ ସହ ଅନୁପମ ଖେର୍‌, ବମନ ଇରାନୀ, ନିନା ଗୁପ୍ତା, ଡେନି, ସାରିକା ପ୍ରମୁଖ ଭୂମିକାରେ ନଜର ଆସିବେ।

Comments are closed.