Latest Odisha News

ବିବାହ ଲେହେଙ୍ଗାରେ କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ମନେ ପକାଇଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏବେ ପରିଣୀତିଙ୍କ ଲେହେଙ୍ଗା ଫଟୋ ଭାଇରାଲ ହୋଇଛି । ଏହି ଲେହେଙ୍ଗାରେ କାରୁକାର୍ଯ୍ୟ କରି ସେ ତାଙ୍କ ଜେଜେମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଖୁବ୍ ମନେ ପକାଇଛନ୍ତି ।

ବିବାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପରିଣୀତି ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକରେ ନଜର ଆସିଥିଲେ, ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଉଭୟଙ୍କ ପୋଷାକକୁ ବି ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ପରିଣୀତିଙ୍କ ଏହି ଲେହେଙ୍ଗାରେ ତାଙ୍କ ଜେଜେମାଆଙ୍କର ସ୍ମୃତି ରହିଛି ବୋଲି ନିକଟରେ ମନୀଷ କହିଛନ୍ତି । ତାଙ୍କ ଲେହେଙ୍ଗାରେ ଛଲ୍ଲା(ପାରମ୍ପରିକ କି ଚେନ) ଲଗାଯାଇଛି । ଏହାକୁ ଲଗେଇବାକୁ ପରିଣୀତି ହିଁ ମନୀଷଙ୍କୁ କହିଥିଲେ । ତାଙ୍କ ଜେଜେମାଆ ଏହିପରି ଚେନ ସବୁବେଳେ ପିନ୍ଧିଥାନ୍ତି । ତେଣୁ ଏହାକୁ ନିଜ ଲେହେଙ୍ଗାରେ ଡିଜାଇନିଂ କରି ସେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପରିଣୀତି ମନୀଷଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.