Latest Odisha News

BREAKING NEWS

ଗୋଲଡ଼େନ୍ ଟେମ୍ପଲ୍‌ରେ ରାଘବ-ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପଲ୍‌ରେ ନଜର ଆସିଛନ୍ତି । ଏହାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ନିକଟରେ ସିକ୍ୟୁରିଟି ଗାର୍ଡ଼ଙ୍କ ସହ ପରିଣୀତି ଓ ରାଘବ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ôଚଥିଲେ । ସେମାନେ ମନ୍ଦିରରେ ଇଶ୍ୱରଙ୍କ ଆଶୀର୍ବାଦ ନେଇଥିଲେ । ପରେ ପୁରା ମନ୍ଦିର ବୁଲି ଦେଖିଥିଲେ । ଏହି ସମୟରେ ପରିଣୀତି ଏକ ହାଲକା ଗ୍ରେ କଲରର ଚୁଡ଼ିଦାର ପିନ୍ଧିଥିବା ବେଳେ ରାଘବ ଧଳା ରଙ୍ଗର କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲେ । ଏହାର ଉପରେ ଏକ ନେହେରୁ ଜ୍ୟାକେଟ୍ ବି ପିନ୍ଧିଥିଲେ । ଯେଉଁଥିରେ ପରିଣୀତି ଓ ରାଘବ ବହୁତ ସୁନ୍ଦର ଦେଖାଯାଉଥିଲେ । ମନ୍ଦିର ବାହାରକୁ ଆସିବା ପରେ ତାଙ୍କର ପ୍ରଶଂସକମାନେ ଦେଖିବାକୁ ଭିଡ଼ ଜମାଇଥିଲେ । ପରେ ପ୍ରଶଂସକଙ୍କ ସହ ଏହି ପ୍ରେମୀଯୁଗଳ ସେଲଫି ବି ନେଇଥିଲେ । ଏହି ଯୋଡ଼ିକୁ ମନ୍ଦିରରେ ଦେଖି ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।

ଏହି ସମୟର କିଛି ଫଟୋ ସୋସିଆଲ ମିିଡ଼ିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ସମାଲୋଚନା ବି କରିଥିଲେ । ଏତେ କଡ଼ା ସୁରକ୍ଷାରେ କେହି ମନ୍ଦିର ଭିତରକୁ ଯାଆନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ଗତ ମେ ୧୩ ତାରିଖରେ କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ହୋଇଥିଲା । ଏହି ପ୍ରେମୀଯୁଗଳଙ୍କ ନିର୍ବନ୍ଧ ପରେ ବିବାହ କେବେ କରିବେ ସେନେଇ ତାଙ୍କ ପ୍ରଶଂସକମାନେ ଅପେକ୍ଷାରେ ରହିଛନ୍ତି ।

 

Comments are closed.