Latest Odisha News

BREAKING NEWS

ଅଫିସ୍ ସମୟରେ ବେଫିକର ବିଡିଓ, ଲୋକଙ୍କ ସମସ୍ୟା ନ ଶୁଣି କାଟୁଛନ୍ତି ଜନ୍ମଦିନ କେକ୍

ନବରଙ୍ଗପୁର: ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ଲାଗି ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ରହିଛନ୍ତି । ହେଲେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ବିଡିଓ ଅଫିସ୍ ସମୟରେ ଲୋକଙ୍କ ସମସ୍ୟା ନ ଶୁଣି ଜନ୍ମଦିନ କେକ୍ କାଟୁଛନ୍ତି । ବ୍ଲକ୍ ଅଫିସ୍ ବାରଣ୍ଡାରେ ଏକାଧିକ ଲୋକ ନିଜ ସମସ୍ୟା ଜଣାଇବାକୁ ବ୍ଲକକୁ ଆସିଥିବା ବେଳେ ବିଡିଓ ବାବୁ ଘଣ୍ଟାଏରୁ ଅଧିକ ସମୟ ଧରି ଜନ୍ମଦିନ ପାଳନରେ ବ୍ୟସ୍ତ ଥିଲେ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶନିବାର ଦିନ ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ୪୫ ଯାଏ ପାପଡ଼ାହାଣ୍ଡି ବିଡିଓ ଦିବାକର ବାଘ ସମ୍ମିଳନୀ କକ୍ଷରେ କେକ୍ କାଟୁଥିବା ବେଳେ ବାହାରେ ବାରଣ୍ଡାରେ ବସି ରହିଥିଲେ ଲୋକ । ବିଡିଓ ବାବୁ ଜନ୍ମଦିନ ପାଳନ କରିବା ନେଇ କାହାର ଆପତ୍ତି ନାହିଁ । ହେଲେ ଅଫିସ୍ ସମୟରେ ଲୋକଙ୍କ ସମସ୍ୟା ନ ଶୁଣି କେକ୍ କାଟିବା କେତେଦୂର ଗ୍ରହଣୀୟ ବୋଲି ସମସ୍ୟା ଜଣାଇବାକୁ ଆସିଥିବା ଲୋକ ପ୍ରଶ୍ନ କରିଛନ୍ତି । ତେବେ ଏନେଇ ଓଡ଼ିଶା ସମ୍ବାଦ ପ୍ରତିନିଧି ବିଡିଓଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଛନ୍ତି ।

ଜନ୍ମଦିନ କେକ୍ କାଟିବା ପାଇଁ ଲୋକଙ୍କୁ ଘଣ୍ଟାଏ ଧରି ବାରଣ୍ଡାରେ ବିଡିଓ ଅପେକ୍ଷା କରାଇ କେଉଁ ସୁନାମ ଅର୍ଜିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜନତା । ରୋକ୍ ଠୋକ୍ କହିଛନ୍ତି ସେବା ପାଇଁ ଟଙ୍କା ପାଉଛ, ସମସ୍ୟା ଶୁଣ, ସମାଧାନ କର ।

Leave A Reply

Your email address will not be published.