ନୂଆଦିଲ୍ଲୀ: ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଗତ ବର୍ଷ ବିବାହ କରିଥିଲେ। ଉଦୟପୁରରେ ଏହି ଦମ୍ପତିଙ୍କର ବିବାହ ଜାକଜମକରେ ହୋଇଥିଲା। ନିକଟରେ ରଜତ ଶର୍ମାଙ୍କ ସହ ଏକ ସାକ୍ଷାତକାରରେ ଦୁହେଁ ପରସ୍ପର ସମ୍ପର୍କରେ କିଛି ଖୁଲାସା କରିଥିଲେ।
ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କ ଭେଟଘାଟ ହୋଇଥିଲା। ଏନେଇ ଅଭିନେତ୍ରୀ କହିଛନ୍ତି ଯେ ମୁଁ ମନୋରଞ୍ଜନ ଶିଳ୍ପରେ ଆଉଟଷ୍ଟାଡିଂ ଆଚିଭର ପୁରସ୍କାର ଆଣିବା ପାଇଁ ଯାଇଥିଲି ଏବଂ ରାଘବ ରାଜନୀତି କ୍ଷେତ୍ରରେ ପୁରସ୍କାର ପାଇବାକୁ ଆସିଥିଲେ।
ସେ ଆହୁରି କହିଛନ୍ତି, ମୁଁ ରାଘବଙ୍କୁ ଜାଣିନଥିଲି। ମୋ ଭାଇ ତାଙ୍କର ପ୍ରଶଂସକ ଥିଲେ। ମୋ ଭାଇ ଶିବାଙ୍ଗ ତାଙ୍କୁ ଭେଟିବା ପାଇଁ କହିଥିଲେ। ଫଳରେ ମୁଁ ଆୟୋଜକମାନଙ୍କୁ କହିଥିଲି ଯେ ମୁଁ ରାଘବଙ୍କୁ ଭେଟିବାକୁ ଚାହୁଁଛି। ରାଘବ ମୋ ପଛରେ ବସିଥିଲେ। ମୁଁ ତାଙ୍କ ପାଖକୁ ଯାଇ କହିଲି, ହେଲୋ, ମୁଁ ପରିଣୀତି, ମୋର ଭାଇ ତୁମର ବଡ଼ ପ୍ରଶଂସକ। ଦୁହିଁଙ୍କ ସାକ୍ଷାତ ପରେ ସେ କହିଥିଲେ, ‘ଆମେ ପୁଣି କେବେ ଭେଟ ହେବା। ଯାହାର ଉତ୍ତରରେ ମୁଁ କହିଥିଲି, ନିଶ୍ଚିତ, ଆମେ ମୁମ୍ବାଇରେ ଭେଟିବା। ରାଘବ ପ୍ରତି ଉତ୍ତରରେ କହିଥିଲେ, ଆସନ୍ତାକାଲି ଏହିଠାରେ ହିଁ ସାକ୍ଷାତ କରିବା। ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ରାଘବ ମଜାକ କରି କହିଥିଲେ, “ଭଲ କାର୍ଯ୍ୟରେ ବିଳମ୍ବ କ’ଣ ପାଇଁ?”
ପରିଣୀତି ଆହୁରି ମଧ୍ଯ କହିଛନ୍ତି, ଯାହାପରେ ମୁଁ ମୁମ୍ବାଇ ଫେରିଥିଲି। ମୋ ରୁମକୁ ଗଲା ପରେ ମୁଁ ଗୁଗଲ୍ କରିଥିଲି ଯେ ରାଘବ ଚଢା କିଏ? ରାଘବ ଚଢାଙ୍କ ବୟସ କେତେ? ମୁଁ ସମସ୍ତ ସଠିକ୍ ଉତ୍ତର ପାଇଥିଲି। ମୁଁ ଗୁଗୁଲରୁ ଜାଣିଲି ଯେ ସେ ରାଜ୍ୟସଭାରେ ଜଣେ ସାଂସଦ। ମୁଁ ବହୁତ ଗୁଗଲ୍ କରିଥିଲି ଏବଂ ତା’ପରେ ମୁଁ ନିଜକୁ କହିଥିଲି ଯେ ମୁଁ ତାଙ୍କୁ ହିଁ ବିବାହ କରିବି।
Comments are closed.