ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ବୁଧବାର ପୁରୁଷ ହକି କାର୍ଯ୍ୟସୂଚୀ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ମୂଖ୍ୟ ଥମାସ ବାକ ଓ ହକି ମହାସଂଘର ଅଧ୍ୟକ୍ଷ ତୈୟବ ଇକରାମ ଉପସ୍ଥିତ ଥିଲେ । ଟୋକିଓ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମ ୨୭ ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୨୯ରେ ଆର୍ଜେଂଟିନାକୁ, ୩୦ରେ ଆୟର୍ଲାଣ୍ଡକୁ, ୧ ଅଗଷ୍ଟରେ ବେଲଜିୟମକୁ ଓ ୨ ଅଗଷ୍ଟରେ ଅଷ୍ଟ୍ରେଲିଆକୁ ଭେଟିବ । ଭାରତ ପୁଲ ବିରେ ସ୍ଥାନ ପାଇଛି ।
ପୁଲ ଏରେ ନେଦରଲାଣ୍ଡ, ସ୍ପେନ, ଜର୍ମାନୀ, ଫ୍ରାନ୍ସ, ଗ୍ରେଟବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । କ୍ୱାର୍ଟର ଫାଇନାଲ ଅଗଷ୍ଟ ୪ରେ, ସେମିଫାଇନାଲ ୬ ଅଗଷ୍ଟରେ ଖେଳାଯିବ । ବ୍ରୋଞ୍ଜ ପଦକ ଓ ଫାଇନାଲ ମ୍ୟାଚ ପାଇଁ ମୁକାବିଲା ୮ରେ ଆୟୋଜିତ ହେବ । ବେଲଜିୟମ ଗତ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।
Comments are closed.