Latest Odisha News

BREAKING NEWS

କୋଭିଡ-୧୯: ଦିନ ୨ ଟାରୁ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର: କରୋନା ଭୂତାଣୁ ଠାରୁ ଜନସାଧାରଣଙ୍କୁ ସତର୍କ ରଖିବା ନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।

ସତର୍କତା ମୂଳକ ଭାବେ ରାଜ୍ୟର ସହରାଞ୍ଚଳମାନଙ୍କରେ ଥିବା ସମସ୍ତ ପାର୍କକୁ ଦିନ ୨ଟା ପରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସହରାଞ୍ଚଳର ସବୁ ପାର୍କ ଦିନ ୨ଟା ପରେ ବନ୍ଦ ରଖିବାକୁ କୁହାଯାଇଛି। ପାର୍କମାନଙ୍କରେ ରହିଥିବା ମୁକ୍ତ ଜିମ୍ ସାମଗ୍ରୀ ମାନଙ୍କ ଗୁଡିକରେ ମଧ୍ୟ ତାଲା ପକାଇଦିଆଯାଇଥିବା ଦେଖିବାକୁ ମିଳିଛି ।

ସତର୍କତା ଦୃଷ୍ଟିରୁ ସହରାଞ୍ଚଳର ସମସ୍ତ ସପିଂ ମଲ ବନ୍ଦ ହୋଇଥିଲେ ମଧ୍ୟ ଛୋଟ ଛୋଟ ଗ୍ରସରି ଦୋକାନ, ଔଷଧ ଓ ଫଳ ଦୋକାନ ଖୋଲା ରଖିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ନିୟମର ତଦାରଖ ନିମନ୍ତେ ସହର ସାରା ପୋଲିସ ପ୍ୟାଟ୍ରୋଲିଂ କରିବ । କୌଣସି ବ୍ୟକ୍ତି ଏହି ନିୟମ ଉଲଂଘନ କରୁଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆହୁରି ମଧ୍ୟ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ୬ ଫୁଟର ଦୂରତା ବଜାଇ ରଖୁବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.