Latest Odisha News

BREAKING NEWS

ଚାଷୀ ପରିବାରରୁ ସଫ୍ଟଓୟାର ଡେଭେଲପର୍: ଜାଣନ୍ତୁ, ଓଡ଼ିଆ ପୁଅ ସୁମନ୍ତଙ୍କ ସଫଳତାର କାହାଣୀ

ଭୁବନେଶ୍ୱର: ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ଓଡ଼ିଆ ପୁଅ ସୁମନ୍ତଙ୍କ ପାଇଁ ଜୀବନରେ ଆଗକୁ ବଢ଼ିବାର ବିକଳ୍ପ ବହୁତ କମ୍ ଥିଲା ।

BjdElectrycity

ମାତ୍ର ନିଜ ପାଇଁ ଉନ୍ନତ ଜୀବନ ତିଆରି କରିବା ଲାଗି ସଂକଳ୍ପ ନେଇଥିବା ସୁମନ୍ତ ନିଜର ଦକ୍ଷତା ବଢ଼ାଇ ଏବେ ସଫ୍‌ଟଓୟାର ଡେଭେଲପର ଭାବେ ନିଜ ସ୍ୱପ୍ନର ଚାକିରି ପାଇପାରିଛନ୍ତି ।

ନିଜ ଜୀବନର ଆକର୍ଷଣୀୟ ଯାତ୍ରା ସଂପର୍କରେ…

ସୁମନ୍ତ କହିଛନ୍ତି ଯେ, “ଯେତେବେଳେ ମୁଁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଏକ ଟ୍ରାକ୍ଟର ଡ୍ରାଇଭର୍ ଭାବେ କାମ କରିଥିଲି । ପାଠପଢ଼ା ଜାରି ରଖିବା ଲାଗି ତାହା ମୋ ପାଇଁ ବହୁତ ଦରକାର ଥିଲା । ଏକ ବିପିଓରେ ପାର୍ଟ ଟାଇମ୍ କାର୍ଯ୍ୟ କରି ନିଜର ସ୍ନାତକ ପାଠପଢ଼ା ଶେଷ କରିଛି ।

ସାହସ ନହରାଇ ଏକ ଷ୍ଟାର୍ଟଅପ୍‌ରେ ଅପରେସନସ୍ ଏକ୍‌ଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲା । ସେଠାରେ ମୋତେ ମାସକୁ ୧୫୦୦୦ ଟଙ୍କା ମିଳୁଥିଲା । ଦାରିଦ୍ର‌୍ୟକୁ ଅତି ନିକଟରୁ ଦେଖିଥିବାରୁ ସେ ନିଜର ଜୀବନରେ ପରିବର୍ତନ ଆଣିବାକୁ ସଂକଳ୍ପ ନେଇଥିଲେ ।

ମଶାଇ ସ୍କୁଲ୍‌ରେ ଆବେଦନ କରିବା ସହିତ ଉନ୍ନତ ଜୀବନ ଲାଗି ସୁମନ୍ତ ପଥ ପରିସ୍କାର ହୋଇଥିଲା । କଠିନ ପରିଶ୍ରମ କରିବାକୁ ପଛଘୁଂଚା ଦେଉନଥିବା ସୁମନ୍ତ ମଶାଇ ସ୍କୁଲ ପରିସରରେ ରହି ୨୪ ଘଣ୍ଟା ନିଜର ପ୍ରାଣପ୍ରଣେ ଉଦ୍ଵମ ଜାରି ରଖିଥିଲେ। ୧୦ ଜଣଙ୍କ ସହିତ ୨ଟି ବେଡ଼ରୁମ ଥିବା ଘରେ ରହୁଥିବା ସୁମନ୍ତ ସେଠାକୁ ସପ୍ତାହକୁ ଥରଟିଏ ମାତ୍ର ଯାଉଥିଲେ ।

ବର୍ତମାନ ସୁମନ୍ତ ରେଭସେଲସରେ ଜଣେ ଫ୍ରଂଟ୍ ଏଣ୍ଡ୍‌ ଡେଭେଲପର୍ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସେ ନିଜ ପୂର୍ବ ଦରମା ତୁଳନାରେ ସାଢ଼େ ତିନି ଗୁଣ ଅଧିକ ଆୟ କରୁଛନ୍ତି ।

ଭାରତରେ ଗୁଣାତ୍ମକ ଶିକ୍ଷା ହାସଲ କରିବା ବହୁତ କଷ୍ଟକର । ସାମାଜିକ ଠାରୁ ଆରମ୍ଭ କରି ଆର୍ଥିକ ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି । ସେହି ପାରମ୍ପରିକ ପଦ୍ଧତିକୁ ବଦଳାଇବା ଲାଗି ମଶାଇ ସ୍କୁଲ୍ ତରଫରୁ ଆୟ ଭାଗବଂଟା ବୁଝାମଣା( ଆଇଏସଏ) ମଡେଲ୍‌ ବିକଶିତ କରାଯାଇଛି । ଏହା ହେଉଛି ଏଭଳି ଏକ ବ୍ୟବସ୍ଥା ଯେଉଁଠାରେ ସେହି ଯୁବକ ଯୁବତୀ ମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଏ ଯେଉଁମାନେ ଚାକିରି କରିବା ପରେ ନିଜ ଦରମାକୁ କିଛି ବର୍ଷ ପାଇଁ ଏକ ନିର୍ଦିଷ୍ଟ ପରିମାଣର ଅର୍ଥରାଶି ପୂର୍ବରୁ ପଢ଼ିଥିବା ପାଠପଢ଼ା ବାବଦ ଖର୍ଚ ପାଇଁ ଦେବାକୁ ପ୍ରସ୍ତୁ୍‌ତ ।

ମଶାଇ ସ୍କୁଲ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ପ୍ରତୀକ ଶୁକ୍ଳା କହିଛନ୍ତି ଯେ, “ବର୍ତମାନ ଏକ ଇଞ୍ଜିନିୟରିଂ ଡିଗ୍ରିରେ ଚିକିର କୌଣସି ଗ୍ୟାରେଂଟି ନାହିଁ । ବର୍ତମାନର ପରିବର୍ତନଶୀଳ ପ୍ରଯୁକ୍ତି ଯୁଗରେ ଲୋକମାନଙ୍କୁ ସଠିକ ଦକ୍ଷତା ହାସଲ କରିବା ଏବଂ ନିରନ୍ତର ଭାବେ ଶିକ୍ଷା ହାସଲ କରିବାର ମାନସିକତା ବିକଶିତ କରିବାକୁ ପଡ଼ିବ ।

ବର୍ତମାନ କଂପାନିଗୁଡ଼ିକ ଡିଗ୍ରି ତୁଳନାରେ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା ସୁମନ୍ତଙ୍କ ଭଳି ଅଭିଳାଷୀ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ସେ ଡିଗ୍ରି ଅନୁସାରେ ଇଞ୍ଜିନିୟର ହୋଇନାହାନ୍ତି ବରଂ ଦକ୍ଷତା ଜରିଆରେ ଡେଭେଲପର ହୋଇପାରିଛନ୍ତି । ମଶାଇ ସ୍କୁଲ୍ କାର୍ଯ୍ୟକ୍ରମ ଜରିଆରେ ଆମେ ଏଭଳି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ ।’’

Leave A Reply

Your email address will not be published.