ପାର୍କିଂରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ନେଇ ଘଟିଲା ଅଜବ ଘଟଣା । ହଠାତ୍ ଷ୍ଟାର୍ଟ ହେଲା ଓ ଗଡ଼ିବା ଆରମ୍ଭ କଲା ଟ୍ରାକ୍ଟରଟି । କିଏ କିଛି ବୁଝିବା ଆଗରୁ ଜୋତା ଶୋରୁମ ଭିତରକୁ ମାଡ଼ିଗଲା । ଜୋତା ଶୋରୁମ୍ର କ୍ଷତି ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ନିହାତି ସାଧାରଣ ଘଟଣା ହେଲେ ବି ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏହାର ଭିଡ଼ିଓ ।
ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବିଜନୌର ଅଞ୍ଚଳରେ । କିଶାନ କୁମାର ନାମକ ଜଣେ ବ୍ୟକ୍ତି ଜୋତା ଶୋ’ ରୁମ୍ ସାମ୍ନାରେ ତାଙ୍କର ଏକ ଟ୍ରାକ୍ଟର ପାର୍କିଂ କରିଥିଲେ । ଦେଢ ଘଣ୍ଟା ଧରି ପାର୍କିଂ ହୋଇଥିବା ଟ୍ରାକ୍ଟରଟି ହଠାତ୍ ଆପେ ଆପେ ଷ୍ଟାର୍ଟ ହେବା ସହିତ ଗଡ଼ିବାକୁ ଆରମ୍ଭ କଲା । ଶୋରୁମ ଆଗରେ ଥିବା କିଛି ବାଇକ୍କୁ ଧକ୍କା ଦେଇ ଶୋରୁମ କାଚ ଭାଙ୍ଗି ଭିତରକୁ ପଶିଗଲା । ଏହାଦେଖି ଶୋ’ ରୁମ୍ ଭିତରେ ବସିଥିବା ଜଣେ କର୍ମଚାରୀ ଦୌଡ଼ି ବାହାରକୁ ଚାଲି ଯାଇଥିଲେ । ଆଉ କିଛି ଲୋକ ଦୌଡ଼ି ଆସି ଟ୍ରାକ୍ଟରଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହାଦ୍ୱାରା ଶୋ’ ରୁମ୍ର କାଚ ଭାଙ୍ଗିବା ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ ଭାଙ୍ଗି ଯାଇଛି ।
ଟ୍ରାକ୍ଟରଟି କିଭଳି ଷ୍ଟାର୍ଟ ହେଲା ତାହା ଜଣାପଡ଼ି ନାହିଁ । ତେବେ ଏସମସ୍ତ ଦୃଶ୍ୟ ଶୋ’ ରୁମ୍ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି ।
Comments are closed.