Latest Odisha News

BREAKING NEWS

ଇନ୍ଦୋର ପିଚକୁ ଖରାପ କହିଲା ଆଇସିସି

ଇନ୍ଦୋର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଇନ୍ଦୋର ପିଚକୁ ଅତି ନିମ୍ନମାନର ବୋଲି ଶୁକ୍ରବାର କହିଛି । ଏଠାରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଆଇସିସି ପିଚକୁ ୩ ଡିମେରିଟ ପଂଏଟ ଦେଇଛି । ପିଚ ଏତେ ମାତ୍ରାରେ ଶୁଷ୍କ ହୋଇ ଯାଉଥିଲା ଯେ, ବ୍ରେକରେ ବାରମ୍ବାର ଏହାକୁ ସଫା କରିବାକୁ ପଡିଥିଲା । ମ୍ୟାଚ ରେଫରୀ କ୍ରିସ ବ୍ରଡ ଏ ନେଇ ଚିନ୍ତା ପ୍ରକଟ କରିବା ସହ ଉଭୟ ଦଳର ଅଧିନାୟକଙ୍କ ସହ ପରାମର୍ଶ କରି ଆଇସିସି ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାର ଏକ ନକଲ ବିସିସିଆଇ ନିକଟକୁ ପଠାଇ ଦିଆଯାଇଛି ।

ବିିସିସିଆଇ ଏ ସମ୍ପର୍କରେ ୧୪ ଦିନ ମଧ୍ୟରେ ଆବେଦନ କରି ନିଜ ମତ ରଖିପାରିବ । ପିଚ ଅତ୍ୟଧିକ ଶୁଷ୍କ ରହିବା ଯୋଗୁ ବଲ ଅଧିକ ଟର୍ଣ୍ଣ କରୁଥିଲା । ବ୍ୟାଟ ଏବଂ ବଲ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରହୁ ନ ଥିଲା । ବାଉନ୍ସରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥିଲା । ୪ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୨-୧ ସ୍ଥିତିକୁ ଆସିଛି । ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯିବ ।

Leave A Reply

Your email address will not be published.