ପୁରୀ: ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାରୁ ୨୪୦ ଟଙ୍କା ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ନିୟମ ଆସନ୍ତାକାଲି (୧୭ ଜାନୁଆରୀ) ଠାରୁ ଲାଗୁ କରାଯିବ । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସମସ୍ତଙ୍କ ନିଷ୍ପତ୍ତି ପରେ ମୋହର ବାଜିଛି ।
କିଛି ଦିନ ପୂର୍ବେ, ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ଚାରିଆଡେ ବିବାଦ ଦେଖାଦେଇଥିଲା । ହେଲେ ଏବେ ଏହି ନିଷ୍ପତ୍ତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।