ନୂଆଦିଲ୍ଲୀ: ସମୟ ପୂର୍ବରୁ ଆଗୁଆ ସରିଯାଇପାରେ ମୌସୁମୀ ଅଧିବେଶନ । ଅକ୍ଟୋବର ୧ରେ ମୌସୁମୀ ଅଧିବେଶନ ସରିବା କଥା ହେଲେ ଏହା ଏବେ ସମୟ ପୂର୍ବରୁ ସରିଯିବ । ୩୦ରୁ ଅଧିକ ସାଂସଦ କରୋନରେ ଆକ୍ରାନ୍ତ ହେବା ପରେ ଏଭଳି ଆକଳନ କରାଯାଉଛି ।
ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚଳିତ ଅଧିବେଶନକୁ ଏକ ସପ୍ତାହ କମାଇ ଦିଆଯାଇପାରେ । ପଜିଟିଭ ସଂଖ୍ୟା ଅଧିକ ଥିବାରୁ କାର୍ଯ୍ୟଦିବସକୁ କାଂଟଛାଂଟ କରିବା ପାଇଁ ଅଧିକାଂଶ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି । ସେପ୍ଟେମ୍ବର ୧୪ରେ ସଂସଦର ଚଳିତ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୋଟ ୧୮ଟି କାର୍ଯ୍ୟଦିବସ ରହିଛି ।
Comments are closed.