Latest Odisha News

BREAKING NEWS

ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ସଂସଦର ଉଭୟ ଗୃହକୁ ଡକାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏକ୍ସ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ମୌସୁମୀ ଅଧିବେଶନ ୨୦ ଜୁଲାଇ, ୨୦୨୬ ରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ, ୨୦୨୬ରେ ଶେଷ ହେବ । ସଂସଦୀୟ ପରମ୍ପରା ଅନୁଯାୟୀ, ମୌସୁମୀ ଅଧିବେଶନ ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଆରମ୍ଭ ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ମଧ୍ୟ ଉଭୟ ଗୃହରେ ଅନୁଷ୍ଠିତ ହେବ । ପ୍ରାୟ ୩ ସପ୍ତାହ ଧରି ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନ ସମୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରିବାକୁ ଲକ୍ଷ୍ୟ ରଖିବେ ।

ରିଜିଜୁ କହିଛନ୍ତି ଯେ, ମୌସୁମୀ ଅଧିବେଶନ ଜାତୀୟ ଗୁରୁତ୍ୱର ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଅର୍ଥପୂର୍ଣ୍ଣ ବିତର୍କ, ଆଲୋଚନା ଏବଂ ନିଷ୍ପତ୍ତି ସାକ୍ଷୀ ହେବ ।

Leave A Reply

Your email address will not be published.