ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର ଲୋକେ ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ଭାରତର କେତେକ ସ୍ଥାନରେ ଗ୍ରହଣର ସ୍ପର୍ଶ ଓ ଶେଷ ସମୟରେ ଦୃଶ୍ୟ ଦେଖାଯାଇନଥିଲେ ବି ପୂର୍ଣ୍ଣ ଗ୍ରାସର ଦୃଶ୍ୟକୁ ଉପଭୋଗ କରିହୋଇଛି । ଭାରତୀୟ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଅନୁସାରେ, ଅପରାହ୍ନ ୨ଟା୩୯ରେ ଗ୍ରହଣ ଆରମ୍ଭ ହୋଇଥିଲା । ୩ଟା ୪୬ରୁ ୫ଟା ୧୨ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା । ୬ଟା ୧୮ରେ ଗ୍ରହଣ ଶେଷ ହୋଇଥିଲା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିବାରୁ ଚନ୍ଦ୍ରଗ୍ରହଣ ହୋଇଥାଏ । ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଥିଲା । ତିନି ବର୍ଷ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ ।
BREAKING NEWS
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
- Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…
- ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
- Pm Kisan: ଚାଷୀଙ୍କ ଅପେକ୍ଷା ଶେଷ! ଏହି ଦିନ ସେମାନଙ୍କ ଆକାଉଣ୍ଟରେ ଜମା ହେବ ୨୦୦୦ ଟଙ୍କା…
Comments are closed.