Latest Odisha News

BREAKING NEWS

କ୍ୟାପଟେନ ଫ୍ଲପ, ଟିମ ସେମିରେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା କାଲିଠାରୁ ଆରମ୍ଭ ହୋଇଯିବ । ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ମଧ୍ୟରେ ୨ଟି ଯାକ ସେମିଫାଇନାଲ ଖେଳାଯିବ । ତେବେ ସବୁଠାରୁ ମଜାର କଥା ସେମିଫାଇନାଲରେ ପ୍ରବେଶ କରିଥିବା ଏହି ୪ଟିମ ଅଧିନାୟକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ନୈରାଶ୍ୟଜନକ ରହିଛି । କ୍ୟାପଟେନ ଫ୍ଲପ କିନ୍ତୁ ଟିମ ହିଟ । ଦେଖାଯାଉ ସେମିଫାଇନାଲ ଏବଂ ଫାଇନାଲରେ ସେମାନଙ୍କ ପ୍ରଦର୍ଶନ କିଭଳି ରହୁଛି ।
ରୋହିତ ଶର୍ମା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ତାଙ୍କ ଚିରାଚରିତ ଲୟକୁ ଫେରି ପାରି ନାହାନ୍ତି । ନେଦରଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅପେକ୍ଷାକୃତ ଦୁର୍ବଳ ଟିମ ଜିମ୍ବାୱେ ଓ ବାଂଲାଦେଶ ବିପକ୍ଷରେ ଯଥାକ୍ରମେ ୧୫ ଓ ୨ରନ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିରୁଦ୍ଧରେ ୧୫ ଓ ୪ ରନ କରିଛନ୍ତି । ସେମିଫାଇନାଲରେ ଦଳ ତାଙ୍କଠାରୁ ଏକ ଭଲ ଇନିଂସ ନିଶ୍ଚିତ ଭାବେ ଆଶା କରିବ ।

କେନ ୱିଲିୟମସନ: ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱଲିୟସନଙ୍କୁ ବୋଧହୁଏ ଅଷ୍ଟ୍ରେଲିଆ ପିଚ ସୁହାଉ ନାହିଁ । ଆୟର୍ଲାଣ୍ଡ ବିପକ୍ଷରେ ୬୧ ଓ ଇଂଲଣ୍ଡ ବିରୋଧରେ ୪୦ ରନ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ୱିଲିୟମସନ ୮ ଓ ୨୩ ରନ କରିଛନ୍ତି । ସିଡନୀ ପିଚ ତାଙ୍କୁ ବିଶେଷ ଭାବେ ହଇରାଣରେ ପକାଇଛି ।
ଜୋସ ବଟଲର: ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଅନ୍ୟମାନଙ୍କ ତୁଳନାରେ ଅବଶ୍ୟ କିଛିଟା ଭଲ ପ୍ରଦର୍ଶନ କରିଛନ୍ତି । ସେ ଗୋଟିଏ ଅର୍ଦ୍ଧଶତକ ସହ ୧୧୯ ରନ କରିଛନ୍ତି । ସେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ୨୮, ୭୩ ୦ ଓ ୮ ରନ କରିଛନ୍ତି ।
ବାବର ଆଜାମ: କ୍ୟାପଟେନଙ୍କ ମଧ୍ୟରେ ପାକିସ୍ତାନର ବାବର ଆଜମଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ରହିଛି । ସେ ଏ ପର୍ଯ୍ୟନ୍ତ ମାତ୍ର ୩୯ ରନ ସଂଗ୍ରହ କରିଛନ୍ତି । ବାଂଲାଦେଶ ବିପକ୍ଷରେ ୨୫ ତାଙ୍କ ଶ୍ରେଷ୍ଠ ସ୍କୋର ରହିଛି । ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ଜିମ୍ବାୱେ ବିପକ୍ଷରେ ୬, ୪, ୪ ରନ କରିଥିବା ବେଳେ ଭାରତ ବିରୁଦ୍ଧରେ ଖାତା ଖୋଲିପାରି ନ ଥିଲେ ।

Leave A Reply

Your email address will not be published.