Latest Odisha News

BREAKING NEWS

ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ। ସେ ଅନେକ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦାମିନୀ, ଘାତକ, ପାର୍ଟନର ଏବଂ ବିନାଶକ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ମାଧବ ମୋଘେଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

ସେ ଫୁସଫୁସ କର୍କଟରେ ପୀଡିତ ଥିଲେ। ଅଭିନେତା ତାଙ୍କର ମିମିକ୍ରି ସୋ ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ। ସେ ଅନେକ ଟିଭି ସୋରେ ମଧ୍ୟ ଅଭିନୟ କରିଛନ୍ତି।

 

Comments are closed.