ଲିସବନ୍: ଏପ୍ରିଲ ୨୮ ଅର୍ଥାତ୍ ସୋମବାର ଦିନ ସମ୍ପୂର୍ଣ୍ଣ ସ୍ପେନ ସମେତ ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ସ୍ଥାନରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଅଞ୍ଚଳ ଗୁଡ଼ିକ ଅନ୍ଧରମୟ ହୋଇଯାଇଛି। ମାଡ୍ରିଡ୍, ସେଭିଲ୍ ଏବଂ ଲିସବନ୍ ସହର ଗୁଡିକରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଲୋକମାନେ ଅନ୍ଧାରରେ ରହିବା ସହ ଟ୍ରାଫିକ ଲାଇଟ୍ ମଧ୍ୟ ଅଚଳ ହୋଇଯାଇଛି।
ରିପୋର୍ଟ ଅନୁଯାୟୀ ମାଡ୍ରିଡର ଭୂତଳ ଅଂଶଗୁଡ଼ିକୁ ଖାଲି କରିଦିଆଯାଇଛି। ତେବେ ଏହି ବିଦ୍ୟୁତ୍ ବିଭ୍ରାଟ ଫଳରେ ଭାଲେନ୍ସିଆ ମଧ୍ୟ ନିଜର ମେଟ୍ରୋର ସମଗ୍ର ନେଟୱାର୍କରେ ସେବା ବନ୍ଦ କରିଦେଇଛି।
ବାର୍ସିଲୋନାରେ ବ୍ଲାକ୍ଆଉଟ୍ ଯୋଗୁଁ ମେଟ୍ରୋ ସବା ବନ୍ଦ ହୋଇଯାଇଥିଲା ଯାହା ପରେ ସେଠାରୁ ହଜାର ହଜାର ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ମାଡ୍ରିଡର ବାରାଜାସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏବଂ ଭଲେନ୍ସିଆରେ ହଜାର ହଜାର ଯାତ୍ରୀ ବିନା ବିଦ୍ୟୁତ୍ ରେ ସେଠାରେ ଫସି ରହିଛନ୍ତି। ଉଭୟ ବିମାନବନ୍ଦରରେ ପ୍ଲେନ୍ ଗୁଡ଼ିକର ଲାଣ୍ଡିଂ ଏବଂ ଟେକଅଫରେ ବିଳମ୍ବ ମଧ୍ୟ ହୋଇଛି।
Comments are closed.