Latest Odisha News

BREAKING NEWS

ଏହିସବୁ ପାର୍ଟିଥିମ୍ ସହ ନିଜ ନୂଆବର୍ଷକୁ କରନ୍ତୁ ଅବିସ୍ମରଣୀୟ !

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କାରିବାକୁ ସବୁଆଡେ ଉତ୍ସବର ମାହୋଲ ।

ସହରାଞ୍ଚଳରେ ପପ୍ ଓ ଡିସ୍କୋ ଆଦିରେ ଯୁବପିଢୀ ନୂଆବର୍ଷ ପାଳନ କରିବେ । ଆଜିର ଯୁବପୀଢ଼ି ଥିମ ପାର୍ଟି କରିବାକୁ ଅଧିକ ପସନ୍ଦ କରୁଛନ୍ତି ।

ତେବେ ନୂଆବର୍ଷ ପାର୍ଟିକୁ ଧୁମଧାମରେ ସେଲିବ୍ରେଟ୍ କରିବା ସହିତ ଅବିସ୍ମରଣୀୟ କରିବା ପାଇଁ ସମସ୍ତେ ପାର୍ଟିଥିମ୍ ଖୋଜିବାରେ ଲାଗି ପଡ଼ିଛନ୍ତି ।

ଆପଣ ଯଦି ପାର୍ଟିଥିମ୍ ଖୋଜୁଛନ୍ତି ତେବେ ଆପଙ୍କ ପାଇଁ କିଛି ଟିପ୍ସ…

ଓଲ୍ଡ ଇଜ୍ ଗୋଲ୍ଡ୍

ଏହି ଥିମ୍ରେ ପୁରୁଣା ସମୟକୁ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ପୁରୁଣା ଗୀତ ଓ ପୁରୁଣା ହେୟାରଷ୍ଟାଇଲ୍ ଓ ପୁରୁଣା ଷ୍ଟାଇଲ୍ର ପୋଷାକ ପିନ୍ଧି ଆସିବା ପାଇଁ ଅତିଥିଙ୍କୁ ଅନୁରୋଧ କରନ୍ତୁ । ଏହି ଥିମ୍ ଅନୁଯାୟୀ ପାର୍ଟିର ସାଜସଜ୍ଜା ଓ ଫର୍ଣ୍ଣିଚର୍କୁ ମଧ୍ୟ ପୁରୁଣା ଷ୍ଟାଇଲ୍ରେ ରଖନ୍ତୁ । ଏହି ଥିମ୍ ଆପଣଙ୍କୁ ଓ ଅତିଥିଙ୍କୁ ଏକ ନୂଆ ଅନୁଭୂତି ଦେବ ।

ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଥିମ୍

ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଥିମ୍ ସବୁ ସମୟରେ ତାହାର ଏକ ନିଜର ଷ୍ଟାଇଲ୍ ରଖିଆସିଛି ।ଏଥିରେ ଅତିଥିମାନଙ୍କୁ କେବଳ ବ୍ଲାକ୍ ଓ ହ୍ୱାଇଟ୍ର କମ୍ବିନେସନ୍ରେ ପୋଷାକ ସହିତ ସବୁ ଜିନିଷ ମ୍ୟାଚିଙ୍ଗ୍ କରି ପିନ୍ଧିବାକୁ ହୁଏ । ପାର୍ଟିର ସାଜସଜ୍ଜା ମଧ୍ୟ କଳା ଓ ଧଳା ରଙ୍ଗରେ କରାଯାଏ ଏବଂ କେକ୍ ଓ ଅନ୍ୟ ଖାଇବା ଜିନିଷରେ ମଧ୍ୟ ଏହି ରଙ୍ଗ ଅଧିକ ବ୍ୟବହୃତ ହୁଏ ।

ବଲିଉଡ୍ ଥିମ୍

ବଲିଉଡ୍ର କୌଣସି ଫିଲ୍ମର ଦୃଶ୍ୟକୁ ପାର୍ଟିର ଡେକୋରେସନ୍ ଭାବେ ବାଛନ୍ତୁ । ବଲିଉଡ୍ ଗୀତରେ ଅତିଥିମାନଙ୍କୁ ଡ୍ୟାନ୍ସଷ୍ଟେପ୍ କରିବାକୁ କୁହନ୍ତୁ । ଯଦି ପାରିବେ ବଲିଉଡ୍ ତାରକାଙ୍କ ଭଳି ହେଭି କଷ୍ଟ୍ୟୁମ୍ ମଧ୍ୟ ପାର୍ଟିରେ ଟ୍ରାଏ କରିପାରିବେ ।

ସେଲିବ୍ରିଟି ଥିମ୍

ଏଥିରେ ଅତିଥିମାନଙ୍କୁ ଅନୁରୋଧ କରନ୍ତୁ ଯେ ସେମାନେ କୌଣସି ସେଲିବ୍ରିଟି ଭୂମିକା ବାଛନ୍ତୁ ଏବଂ ତାଙ୍କ ଅନୁଯାୟୀ ଡ୍ରେସ୍ଅପ୍ ହୁଅନ୍ତୁ । ସେଲିବ୍ରିଟିଙ୍କର କିଛି ସଂଳାପ ଓ କହିବାର ଷ୍ଟାଇଲ୍ ମଧ୍ୟ ପାର୍ଟିର ଖୁସିକୁ ଦ୍ୱିଗୁଣିତ କରିଥାଏ । ଏହା ସମ୍ପୂର୍ଣ୍ଣ ଭାବେ ମନୋରଞ୍ଜନର ଖୋରାକ ଯୋଗାଇବ ।

ଚାଇନିଜ୍ ଥିମ୍

ଏହି ଥିମ୍ରେ ଅତିଥିଙ୍କୁ ଚାଇନା ପୋଷାକ ଓ ଚାଇନିଜ୍ ରଙ୍ଗ ଅନୁଯାୟୀ ଡ୍ରେସ୍ଅପ୍ ହେବାକୁ କୁହନ୍ତୁ । ପାର୍ଟିହଲ୍କୁ ଚାଇନିଜ୍ ଜିନିଷରେ ସଜାନ୍ତୁ ଏବଂ ଚାଇନିଜ୍ ଲାଇଟ୍ ମ୍ୟୁଜିକ୍ ବଜାଇବା ପାଇଁ କୁହନ୍ତୁ । ଖାଇବା ସମୟରେ ଛୋଟ ଛୋଟ ବାଉଲ୍ ଓ ଟେବୁଲ୍ରେ ଖାଦ୍ୟ ପରଷନ୍ତୁ ।

Leave A Reply

Your email address will not be published.