Latest Odisha News

BREAKING NEWS

ଶ୍ରୀମନ୍ଦିରର ରୋହିଣୀ କୁଣ୍ଡ, ତୃଷାର୍ତ୍ତ କାକ ଓ ନୀଳମାଧବଙ୍କ ଚମତ୍କାର କଥାବସ୍ତୁ ଜାଣନ୍ତୁ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ । ଏହା ମା’ ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା ମଣ୍ଡପ ପାଶ୍ୱର୍ରେ ଅବସ୍ଥିତ । ପୁରାଣ ତଥ୍ୟ ଅନୁସାରେ ବଟବୃକ୍ଷଠାରୁ ୧୦୦ ଗଜ ଦୂରରେ ଏହା ଅବସ୍ଥିତ । ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ଲୀନ ହୋଇଯାଏ ।

ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା । ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତମ ଓ ପରବର୍ତୀ ସମୟରେ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ ହୋଇଥିଲେ । ସ୍କନ୍ଧ ପୁରାଣ ଅନୁସାରେ ଏହି କୁଣ୍ଡରେ ଏକ ତୁର୍ଷାର୍ତ କାକ ପଡି ଯାଇଥିଲା । ପାଣିରେ ସେ ନୀଳମାଧବ ରୂପୀ ବିଷ୍ଣୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇ ବାରମ୍ବାର ଭୁମିକରେ ଗଡିଥିଲା ।

ଶେଷରେ କାକ ଦେହତ୍ୟାଗ କରି ଶଙ୍ଖ-ଚକ୍ର-ଗଦା-ପଦ୍ମ ଧାରଣ କରି ନୀଳମାଧବଙ୍କ ପାଖରେ ରହିଗଲା ।ଲୋକକଥା ଅନୁସାରେ ମହାଲକ୍ଷ୍ମୀ ମୃତ୍ୟୁର ଦେବତା ଯମଙ୍କୁ କହିଥିଲେ ଶ୍ରୀକ୍ଷେତ୍ରରେ ୩ ଗୋଟି ପବିତ୍ରସ୍ଥଳୀ ରହିଛି । ସେହି ଗୁଡିକ ହେଲା ରୋହିଣୀକୁଣ୍ଡ, ବଟବୃକ୍ଷ ଓ ସ୍ୱୟଂ ଭଗବାନ ବିଷ୍ଣୁ । ଏହି କୁଣ୍ଡର ଜଳକୁ ସ୍ପର୍ଶ କଲେ ଜଗତର ବନ୍ଧନରୁ ପ୍ରାଣୀ ମୁକ୍ତ ହୋଇଥାଏ ।

ଏଠାରେ ଏବେ ପୁରାଣ ବର୍ଣ୍ଣିତ କୁଣ୍ଡ ନାହିଁ । ରୋହିଣୀ କୁଣ୍ଡରେ ଚର୍ତୁଭୂଜ କାକ ଓ ପାଦ ପଦ୍ମ ରହିଛି । ବର୍ତମାନ ୪ ଫୁଟ ପ୍ରସ୍ଥ, ୧୦ଫୁଟ ଲମ୍ବ ଓ ୧ ଫୁଟ ଉଚ୍ଚରେ କୁଣ୍ଡଟିର ଚଟାଣରେ ଦୁଇଟି ଚତୁଃଷ୍କୋଣ କଳା ମୁଗୁନି ପଥର ଉପରେ ଭୂଷଣ୍ଡ କାକ ଓ ନାଭିଚକ୍ର ରହିଛନ୍ତି ।

ଯାହା ନୀଳଚକ୍ର ଆକୃତି ସଦୃଶ୍ୟ । ଆଉ ଏକ ପୁରାଣ ଗାଥା ଅନୁସାରେ ବ୍ରାହ୍ମଣ ବିଦ୍ୟାପତି ଓ ରାଜା ଇନ୍ଦଦ୍ୟୁମ୍ନ ଏହି କ୍ଷେତ୍ରକୁ ଆଗମନ କରିବା ଅବସରରେ ରୋହିଣୀ କୁଣ୍ଡର ଦର୍ଶନ କରିଥିଲେ ।

ଏବେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଓଡିଶାର ଗଞ୍ଜାମ ଓ ପୁରୀ ଜିଲ୍ଲାର ପଞ୍ଚକୋଶି ତୀର୍ଥଯାତ୍ରୀମାନେ ରୋହିଣୀକୁଣ୍ଡ ଦର୍ଶନ କରିବା ପାଇଁ ଆସିଥାନ୍ତି ।

Leave A Reply

Your email address will not be published.