Latest Odisha News

BREAKING NEWS

କ୍ରିସମାସ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହ କ୍ରିସମାସ ପାଳନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କନ୍ଧମାଳ ଏସପି ପ୍ରତୀକ ସିଂ ବୁଧବାର ଦିନ ଦେଇଥିବା ସୂଚନା ଅନୁଯାୟୀ, ସମ୍ବେଦନଶୀଳ ସ୍ଥାନ ତଥା ମାଓପ୍ରବଣ ଅଞ୍ଚଳ ଗୁଡିକରେ ଜିଲ୍ଲା ପୋଲିସ ଓ ସ୍ଥାନୀୟ ପୋଲିସ ସମେତ ୨୧ ପ୍ଲାଟୁନ ପାରା ମିଲିଟାରୀ ଫୋର୍ସ ଓ ସିଆରପିଏଫ ଯାବନ ମୁତୟନ କରାଯାଇଛି । ଏହାଛଡା ଜିଲ୍ଲାର ୬ ଟି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ପୋଲିସ ଗାଡି ପାହରା ଦେଉଥିବା ସେ କହିଛନ୍ତି ।

ଆହୁରି ମଧ୍ୟ ଏସପି କହିଛନ୍ତି ଯେ, ବରଖମା ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଠି କୁଇ ସମ୍ପ୍ରଦାୟର ଲୋକେ ସହିଦ ଦିବସ ପାଳନ କରୁଛନ୍ତି । ସେଠାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.