Latest Odisha News

ବିବାଦ ବଢ଼ିବା ଯୋଗୁ ଓଟିଟିରୁ ହଟିଲା ନୟନତାରାଙ୍କ ଅନ୍ନପୂର୍ଣ୍ଣାନୀ

ମାଡ୍ରାସ: ଜବାନ ଫିଲ୍ମରେ ନୟନତାରା ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏବେ ସେ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ ଏଥର ସେ ତାଙ୍କ ଫିଲ୍ମ ଅନ୍ନପୂର୍ଣ୍ଣାନୀଙ୍କୁ ନେଇ ବିବାଦରେ ଫସିଛନ୍ତି । ବିବାଦ ବଢ଼ିବାରୁ ଓଟିଟି ପ୍ଲାଟଫର୍ମରୁ ଏବେ ଏହାକୁ ହଟେଇ ଦିଆଯାଇଛି । ଏହି ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ସମ୍ବୋନ୍ଧିତ ଏକ ଦୃଶ୍ୟରେ ତାଙ୍କୁ ମାଂସହାରୀ ଦର୍ଶାଯାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅବଶ୍ୟ ଏହା ପରେ ମେକର୍ସ ବ୍ରାହ୍ମଣ ଓ ହିନ୍ଦୁ ସମାଜଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଖୁବ ଶୀଘ୍ର ଆପତିଜନକ ଦୃଶ୍ୟକୁ ବଦଳା ଯିବା ବୋଲି ସେ କହିଛନ୍ତି । ତେବେ ଓଟିଟି ପ୍ଲାଟଫର୍ମରୁ ହଟିବା ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇନଷ୍ଟାଗ୍ରାମରେ ଅଭିନେତ୍ରୀ ପାର୍ବତୀ ଏହାକୁ ନିନ୍ଦା କରିଛନ୍ତି । ଫିଲ୍ମକୁ ଯଦି ଏ ଭଳି ସେନ୍ସର କରାଯିବ ତାହାହେଲେ ଆମକୁ କୌଣସି କ୍ଷେତ୍ରରେ ସ୍ୱାଧୀନତା ମିଳିପାରିବ ନାହିଁ । ମନୋରଞ୍ଜନ, ରଚନାତ୍ମକ ଓ କଳାରେ ସ୍ୱାଧୀନତା ରହିବା ଜରୁରୀ ବୋଲି ସେ କହିଛନ୍ତି ।

Comments are closed.