Latest Odisha News

BREAKING NEWS

ବେଦାନ୍ତ ଜମି ଅଧିଗ୍ରହଣ ମାମଲା : ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି

ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ବେଆଇନ ଜମି ଅଧିଗ୍ରହଣ ନେଇ ସ୍ଵର ଉତ୍ତୋଳନ କରିଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୀର୍ଘ ୮ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ତେଣୁ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି।

ବେଦାନ୍ତ ବିଶ୍ୱ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବାକୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନର ସମସ୍ତ ନୀତି, ନିୟମ ଓ ଆଇନ କାନୁନ୍‌କୁ ଖାତିର ନକରି ଜମି ଅଧିଗ୍ରହଣ କରିଥିଲେ। ଏହା ବିରୁଦ୍ଧରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଆଇନଗତ ଲଢ଼େଇ କରିଥିଲା। ୨୦୨୩ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ବେଦାନ୍ତ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ। ରାଜ୍ୟ ସରକାର ଜାଲିଆତି କରିବା ସହିତ ବେଦାନ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଚାଷଜମି ଦଖଲ କରିଥିଲେ। ସରକାରଙ୍କ କମ୍ପାନୀ ପ୍ରୀତିକୁ ଭର୍ତ୍ସନା କରିବା ସହ ଅନିଲ ଅଗ୍ରଓ୍ଵାଲ ଫାଉଣ୍ଡେସନ ବିରୁଦ୍ଧରେ ୫ଲକ୍ଷ ଟଙ୍କା ଜୋରିମାନା କରିଥିଲେ।

ଏଆଇଜି ତ୍ରୀଲୋଚନ ସ୍ଵାଇଁ ଅଭିଯୋଗ ପତ୍ର ଗ୍ରହଣ କରିଥିବା ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପ୍ରକାଶ କରିଛନ୍ତି। ଅଭିଯୋଗ ପତ୍ର ଦେବା ସମୟରେ ନବନିର୍ମାଣ କୃଷକ ସଂଘ ଆବାହକ ଅକ୍ଷୟ କୁମାର, ସୂଚନାଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଜିତେନ୍ଦ୍ର ସାହୁ, ଶ୍ରମିକ ନେତା ନଳୀନି ରଞ୍ଜନ ପତି, ଧ୍ରୁବଚରଣ ସାହୁ, ଚାଷୀନେତା ଶେଷଦେବ ନନ୍ଦ, ସଂଘର୍ଷ ସମିତର ବିଷ୍ଣୁ ଚରଣ ମିଶ୍ର, ପର୍ଶୁରାମ ପ୍ରଧାନ, ଅରୁଣ ପ୍ରଧାନ, ହରପ୍ରସାଦ ଜେନା, କୈଳାସ ସ୍ଵାଇଁ, ସୁଦର୍ଶନ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.