Latest Odisha News

BREAKING NEWS

ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ ହଜାର ୭୫୪ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିିତୀୟ ସିଟିଂରେ ପରୀକ୍ଷା ହେବ । ପ୍ରଥମ ଦିନରେ ଓଡ଼ିଆ ଏବଂ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି ।

ଫେବୃଆରୀ ୮ ତାରିଖ ଯାଏଁ ପରୀକ୍ଷା ଚାଲିବ । ପରୀକ୍ଷା ପାଇଁ ଓପିଏସସି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛି । ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧି ନଥିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପରୀକ୍ଷାର୍ଥୀ ସାଙ୍ଗରେ ସାନିଟାଇଜର ନେଇପାରିବେ ।

କୋଭିଡ଼-୧୯ର ସମସ୍ତ ଗାଇଡ଼ଲାଇନ ପାଳନ କରିବେ ପରୀକ୍ଷାର୍ଥୀ । ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ । ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓପିଏସସି ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରି ତଦାରଖ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed, but trackbacks and pingbacks are open.