ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା ବିଷୟରେ ଜାଣିବା ଉଚିତ୍ ।
ପଦ୍ଧତି
ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍ ପକାଇ ଗୋଡ଼ ଦୁଇଟିକୁ ଆଗକୁ କରି ବସନ୍ତୁ। ଧ୍ୟାନ ରଖିବେ ଯେପରି ଗୋଡ଼ ଦୁଇଟି ଓ ଗୋଇଠି ପରସ୍ପର ସହିତ ଲାଗି କରି ରହିବ। ପିଠି ତଥା ବେକକୁ ସିଧା କରି ବସନ୍ତୁ। ଏହାପରେ ଦୁଇ ହାତକୁ ଉପରକୁ ଉଠାଇ ନଶ୍ୱାସ ଛାଡ଼ିବା ସହିତ ଧିରେ ଧିରେ ଆଗକୁ ମୁଣ୍ଡ ନୁଆଁଇ ଗୋଡ଼ରେ ଲଗାନ୍ତୁ। ଏହି ସମୟରେ ଗୋଡ଼ ଆଙ୍ଗୁଠିକୁ ହାତରେ ଧରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଗୋଡ ଆଙ୍ଗୁଠି ଧରି ହେଉ ନାହିଁ ଜୋର୍ ଲଗାନ୍ତୁ ନାହିଁ । ପ୍ରତିଦିନ ଆଭ୍ୟାସ କଲେ ହେଇଯିବ । ଆଗକୁ ନଇଁବା ସମୟରେ ମୁଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ। କିଛି ସେକେଣ୍ଡ ଏପରି ଅବସ୍ଥାରେ ରହି ସାଧାରଣ ଭାବରେ ନିଶ୍ୱାସ ନିଅନ୍ତୁ। ଶେଷରେ ଗଭୀର ନିଶ୍ୱାସ ନେଇ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ସାବଧାନତା
ପ୍ରଥମେ ପ୍ରଥମେ କରୁଥିଲେ କମ୍ ସମୟ କରି ଅଭ୍ୟାସ କରି ଧିରେ ଧିରେ ସମୟ ବଢ଼ାନ୍ତୁ। ଯୋଗାସନ ସମୟରେ ନିଶ୍ୱାସ ନେବା ଏବଂ ଛାଡ଼ିବାର ପ୍ରକ୍ରିୟାକୁ ଭଲ ଭାବେ ବୁଝି ଯୋଗ କରନ୍ତୁ। ଗର୍ଭବତୀ ମହିଳାମାନେ ଏହି ଯୋଗ କରନ୍ତୁ ନାହିଁ।
ଲାଭ
-ଏହି ଆସନ କରିବା ଦ୍ବାରା ଚିନ୍ତା ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହା ବ୍ୟତୀତ ଏହା କ୍ରୋଧକୁ ମଧ୍ୟ ଦୂର କରିଥାଏ ଏବଂ ମନକୁ ଶାନ୍ତ ରଖେ ।
-ପଶ୍ଚିମୋତାଶନକୁ ସଠିକ୍ ଭାବରେ ଅଭ୍ୟାସ କରିବାବେଳେ ପେଟର ମାଂସପେଶୀ ବିସ୍ତାର ହୋଇଥାଏ, ଯେଉଁ କାରଣରୁ ପେଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଜମା ହୋଇଥିବା ଚର୍ବି ଦୂର ହୋଇଯାଏ ।
– ଏହି ଆସନ ମେରୁଦଣ୍ଡକୁ ବିସ୍ତାର କରି ସେମାନଙ୍କୁ ନମନୀୟ କରିବା ପାଇଁ କାର୍ଯ୍ୟ କରେ । ଏହା ବ୍ୟତୀତ, ଏହି ଆସନ ଅଭ୍ୟାସ କରି ଜଣେ ବ୍ୟକ୍ତିର ଉଚ୍ଚତା ମଧ୍ୟ ଅତି ସହଜରେ ବଢିବାକୁ ଲାଗେ ।
– ଏହି ଆସାନ କଲେ ଅନିଦ୍ରା ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ ଉଚ୍ଚ ରକ୍ତଚାପ ଏବଂ ମଧୁମେହର ସମସ୍ୟା ଦୂର କରିବାରେ ଏହି ଆସାନ ମଧ୍ୟ ଲାଭଦାୟକ ଅଟେ ।
– ଏହି ଆସନ ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ ଏବଂ କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମସ୍ୟା ଦୂର ହୁଏ । ଏହାବ୍ୟତୀତ ପ୍ରତିଦିନ ଏହି ଆସନ କଲେ ବୃକକ, ଯକୃତ ଆକ୍ଟିଭ ରହେ ।