Latest Odisha News

ଟ୍ରେନ୍‌କୁ କରିଦେଲେ ସିନେମା ହଲ୍‌, ଖୁସିରେ ଦେଖିଲେ ଯାତ୍ରୀ

ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟ୍‌ୱାର୍କ ହୋଇଥିବା ବେଳେ ଏସିଆରେ ଦ୍ୱିତୀୟ । ଯଦି ଆମେ ଭାରତୀୟ ରେଳବାଇ ବିଷୟରେ କହିବା ତେବେ ଦେଶରେ ରେଳ ଟ୍ରାକ୍‌?ର ଲମ୍ବ ୬୮ ହଜାର କିଲୋମିଟରରୁ ଅଧିକ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ରେଳପଥରେ ଯାତ୍ରା କରିଥାନ୍ତି ।

ଟ୍ରେନ୍‌ରେ ଯାତ୍ରା କରିବାର ଅନୁଭୁତି ଟିକେ ନିଆରା । ଯାତ୍ରା ସମୟରେ ସୁନ୍ଦର ସୁନ୍ଦର ଦୃଶ୍ୟ, ବିଭିନ୍ନ ଲୋକଙ୍କୁ ଭେଟିବା ଏବଂ ବନ୍ଧୁତା ବିଷୟରେ ଅନେକ କାହାଣୀ ରହିଥାଏ । ତଥାପି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ସମୟ ଅତିବାହିତ କରିବା ସବୁଠାରୁ ବଡ଼ କଷ୍ଟକର । ଏପରି ପରିସ୍ଥିତିରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଭ୍ରମଣକାରୀ ମନୋରଞ୍ଜନ କରିବା ସମୟରେ କିପରି ଆରାମରେ ଯାତ୍ରା କରିବେ ତାହା କହିଛନ୍ତି ।

ଆପଣ ଟ୍ରେନ୍‌ରେ ଲାପ୍‌ଟପ୍ କିମ୍ବା ଫୋନ୍‌ରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଯାତ୍ରୀ ତାଙ୍କ ମନୋରଞ୍ଜନ ପାଇଁ ଏକ ଦେଶୀ ଯୋଗାଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଯୋଗାଡ଼ ସାହାଯ୍ୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ସିନେମା ହଲ୍‌କୁ ଉପଭୋଗ କରୁଥିବା ଦେଖାଯାଏ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ଚଳନ୍ତା ଟ୍ରେନ୍‌ରେ ଏକ ଧଳା ସିଟ୍ ଟାଙ୍ଗି ଏକ ପ୍ରୋଜେକ୍ଟର ସାହାଯ୍ୟରେ ଫିଲ୍ମ ଦେଖିବା ଆରମ୍ଭ କରନ୍ତି ଏବଂ ସମସ୍ତେ ଏହାକୁ ଦେଖନ୍ତି । ଏଥିରେ କ୍ୟାପସନ ରହିଛି ଏହିପରି ଆମେ ଏକାଠି ଯାତ୍ରା କରୁ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ଦେଶୀ ଯୋଗାଡ଼କୁ ଖୁବ୍ ପ୍ରଶଂସା କରିଛନ୍ତି ।

Comments are closed.