ୱାଶିଂଟନ: ପ୍ରତ୍ୟେକ ଲୋକଙ୍କର ଆରାମରେ ରହିବା ପାଇଁ ଭଲ ଘର ଖଣ୍ଡିଏ କରିବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ଲୋକେ ସେମାନଙ୍କ ଅର୍ଜିତ ଧନକୁ ଲଗାଇ ଦେଇଥାନ୍ତି । କିନ୍ତୁ ଆମେରିକାର ଏମିତି ଏକ ଦମ୍ପତି ଅଛନ୍ତି ଯିଏ ଆରାମରେ ରହିବା ପାଇଁ ନିଜ ଘର ଦ୍ୱାର ବିକ୍ରି କରି ଜଙ୍ଗଲରେ ରହୁଛନ୍ତି । ସେମାନେ ପ୍ରକୃତିର କୋଳରେ ଜୀବନ ବିତାଇବାକୁ ଚାହାନ୍ତି ।
୬୧ ବର୍ଷୀୟ ଜନ୍ କେରନୋହାନ୍ ଏବଂ ତାଙ୍କ ସ୍ତ୍ରୀ ୪୪ ବର୍ଷୀୟା ଫିନ୍ । ଜନ୍ ଏବଂ ଫିନ୍ଙ୍କ ୨୦୧୦ରେ ପ୍ରଥମ ଥର ପାଇଁ ଅନ୍ଲାଇନ୍ ମାଧ୍ୟମରେ ଦେଖା ହୋଇଥିଲା । ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ । ଜନ୍ ଆମେରିକାର ମିୟାମିର ବାସିନ୍ଦା ହୋଇଥିବାବେଳେ ଫିନ୍ ଥାଇଲାଣ୍ଡର ବାସିନ୍ଦା । ହେଲେ ଉଭୟ ଲଣ୍ଡନ ରୁହନ୍ତି । ୨ ବର୍ଷର ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ । ଡେଟିଂ ସମୟରେ ସେମାନେ କିଛି ଦିନ ଏକ ଛୋଟ ଡଙ୍ଗାରେ ରହିଥିଲେ । ତାହା ସେମାନଙ୍କୁ ବହୁତ ଭଲ ଲାଗିଥିଲା । ପରେ ଜନ୍ ମିୟାମିର ଘର ବିକି ଜଙ୍ଗଲରେ ଏକ କେବିନରେ ରହିବାକୁ ନିଷ୍ପତି ନେଲେ ।
ଉଭୟ ନିଜ ଘର ଛାଡ଼ି ଏବେ ୩୦୪ ବର୍ଗଫୁଟ ଅଞ୍ଚଳର ଏକ କେବିନ୍ରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ କହିବା କଥା ଏପରି ଜୀବନ ବଞ୍ଚିିବା ସବୁଠୁ ଭଲ ନିଷ୍ପତି । ସେମାନେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀଘ୍ର ୧୨ ବର୍ଷ ହେଲା ଜଙ୍ଗଲରେ ରହି ଆସୁୁଛନ୍ତି । ଏପରି ଜୀବନଶୈଳୀକୁ ସେମାନେ ବେଶ ଖୁସିରେ ଉପଭୋଗ କରୁଛନ୍ତି । ସାଢେ ୫ ଲକ୍ଷ ଟଙ୍କା ଦେଇ ସେହି ଜାଗାକୁ କିଣିଥିଲେ । ସେମାନେ ଏହାର ଆଖପାଖ ଅଞ୍ଚଳ ମଧ୍ୟ କିଣି ନେଇଛନ୍ତି । ସେଠାରେ ଅନେକ କେବିନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସେମାନେ ଥର୍ମାଲ ଏବଂ ସୋଲାର ଶକ୍ତି ବଳରେ ବିଦ୍ୟୁତ୍ର ଉପଯୋଗ କରୁଛନ୍ତି । ତାଙ୍କ ଛୋଟ କେବିନକୁ ଅନ୍ୟମାନଙ୍କୁ ଭଡ଼ା ଦେବା ଆରମ୍ଭ କରିଦେଇଛନ୍ତି । ଏଥିରୁ ତାଙ୍କ କିଛି ରୋଜଗାର ମଧ୍ୟ ହେଉଛି ।
Comments are closed.