Latest Odisha News

BREAKING NEWS

ସଂସଦୀୟ ଗଣତନ୍ତ୍ରକୁ ହତ୍ୟା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ଇଣ୍ଡିଆ ମେଣ୍ଟ

ପୁରୀ :  ସଂସଦର ୧୪୨ ଜଣ ସାଂସଦଙ୍କୁ ନିଲମ୍ବନ ଘଟଣା  । ଆଜି ପୁରୀ ରେ କଂଗ୍ରେସ, ଆପ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ସରକାରର ଏଭଳି  ଆକ୍ରମଣ କୁ  ସମଗ୍ର ବିଶ୍ଵରେ ସବୁ ସ୍ତରରେ ନିନ୍ଦା କରାଯାଇଛି ।

ଗଣତାନ୍ତ୍ରିକ ନୀତିକୁ ହତ୍ୟା କରାଯିବା ଫଳରେ ଆମର  ସଂସଦ ଗଣତନ୍ତ୍ରର ସମାଧିରେ ପରିଣତ ହୋଇଛି। ପ୍ରତିବାଦ ରେ ଆଜି ମୋଦି ସରକାରଙ୍କ ଦ୍ଵାରା ହୋଇଥିବା ଗଣତନ୍ତ୍ର ଉପରେ ଆକ୍ରମଣକୁ ନିନ୍ଦା କରାଯାଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  । ଏବଂ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।

Leave A Reply

Your email address will not be published.