ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଖେଳାଯିବ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଓ ସିନିୟର ବୋଲର ପ୍ୟାଟ କମିନ୍ସ ଆଘାତ ସମସ୍ୟା ଯୋଗୁ ବିଶ୍ୱକପରୁ ଓହରି ଯାଇଛନ୍ତି । କୁମିନ୍ସ ଓ ମାଥ୍ୟୁ ଶର୍ଟଙ୍କ ବଦଳରେ ଅଷ୍ଟ୍ରେଲିଆ ୨ ଜଣ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି । କମିନ୍ସଙ୍କ ସ୍ଥ୍ାନରେ ୱେନ ଡ୍ୱାରସୁଇସ ଏବଂ ଶର୍ଟଙ୍କ ସ୍ଥାନରେ ମ୍ୟାଟ ରେନଶ ଦଳରେ ସ୍ଥାନ ପାଇଛନ୍ତି । ଚୟନ କମିଟି ମୂଖ୍ୟ ଟୋନୀ ଡୋଡମେଟ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦଳକୁ ଏକ ବାମହାତୀ ବୋଲରଙ୍କ ଆବଶ୍ୟକତା ଥିଲା ତାହା ୱେନ ପୂରଣ କରିବେ । ସେ ଜଣେ ଭଲ ଫିଲ୍ଡର ଏବଂ ଆବଶ୍ୟକ ପଡିଲେ ଦ୍ରୁତ ବେଗରେ ରନ ସଂଗ୍ରହ କରିପାରିବେ । ରେନଶ ଦଳର ମିଡିଲ ଅର୍ଡରକୁ ମଜଭୁତ ପ୍ରଦାନ କରିବେ ବୋଲି ଟୋନୀ କହିଛନ୍ତି ।
ଅଷ୍ଟ୍ରେଲିଆ ଟିମ: ମିଚେଲ ମାର୍ଶ(ଅଧିନାୟକ), ଜେଭିୟର ୱାର୍ଟଲେଟ, କୂପର କୋନିଲୀ, ଟିମ ଡେଭିଡ, ୱେନ ଡ୍ୱାରସୁଇସ, କ୍ୟାମେରୁନ ଗ୍ରୀନ, ନାଥାନ ଏଲିସ, ଟ୍ରେଭିସ ହେଡ, ଜୋଶ ଇଂଲିଶି, ଜୋଶ ହାଜେଲଉଡ, ମାଥ୍ୟୁ କୋହେନମ୍ୟାନ, ମ୍ୟାଟ ରେନଶ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା
BREAKING NEWS
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି

Comments are closed.