ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଖେଳାଯିବ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଓ ସିନିୟର ବୋଲର ପ୍ୟାଟ କମିନ୍ସ ଆଘାତ ସମସ୍ୟା ଯୋଗୁ ବିଶ୍ୱକପରୁ ଓହରି ଯାଇଛନ୍ତି । କୁମିନ୍ସ ଓ ମାଥ୍ୟୁ ଶର୍ଟଙ୍କ ବଦଳରେ ଅଷ୍ଟ୍ରେଲିଆ ୨ ଜଣ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି । କମିନ୍ସଙ୍କ ସ୍ଥ୍ାନରେ ୱେନ ଡ୍ୱାରସୁଇସ ଏବଂ ଶର୍ଟଙ୍କ ସ୍ଥାନରେ ମ୍ୟାଟ ରେନଶ ଦଳରେ ସ୍ଥାନ ପାଇଛନ୍ତି । ଚୟନ କମିଟି ମୂଖ୍ୟ ଟୋନୀ ଡୋଡମେଟ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦଳକୁ ଏକ ବାମହାତୀ ବୋଲରଙ୍କ ଆବଶ୍ୟକତା ଥିଲା ତାହା ୱେନ ପୂରଣ କରିବେ । ସେ ଜଣେ ଭଲ ଫିଲ୍ଡର ଏବଂ ଆବଶ୍ୟକ ପଡିଲେ ଦ୍ରୁତ ବେଗରେ ରନ ସଂଗ୍ରହ କରିପାରିବେ । ରେନଶ ଦଳର ମିଡିଲ ଅର୍ଡରକୁ ମଜଭୁତ ପ୍ରଦାନ କରିବେ ବୋଲି ଟୋନୀ କହିଛନ୍ତି ।
ଅଷ୍ଟ୍ରେଲିଆ ଟିମ: ମିଚେଲ ମାର୍ଶ(ଅଧିନାୟକ), ଜେଭିୟର ୱାର୍ଟଲେଟ, କୂପର କୋନିଲୀ, ଟିମ ଡେଭିଡ, ୱେନ ଡ୍ୱାରସୁଇସ, କ୍ୟାମେରୁନ ଗ୍ରୀନ, ନାଥାନ ଏଲିସ, ଟ୍ରେଭିସ ହେଡ, ଜୋଶ ଇଂଲିଶି, ଜୋଶ ହାଜେଲଉଡ, ମାଥ୍ୟୁ କୋହେନମ୍ୟାନ, ମ୍ୟାଟ ରେନଶ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା
BREAKING NEWS
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…

Comments are closed.