ନୂଆଦିଲ୍ଲୀ: ପୁଣି ପତଞ୍ଜଳିକୁ ଝଟକା। ନିକଟରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଅଢୁଆରେ ପଡିଥିଲେ । ବର୍ତମାନ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ୬ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପିଥୋରାଗଡ଼ କୋର୍ଟ ।
ସୂଚନା ମୁତାବକ, ସେପ୍ଟେମ୍ବର ୨୦୧୯ରେ ପିଥୋରାଗଡର ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବେରିନାଗ ମାର୍କେଟର ଏକ ଦୋକାନରୁ ନମୁନା ସଂଗ୍ରହ କରି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେହି ଦୋକାନରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ତଥ୍ୟ ଦେଇଥିଲେ । ଏହାପରେ ରାମନଗରରେ ଥିବା କାହ୍ନାଜୀ ଡିଷ୍ଟ୍ରିବ୍ୟୁଟର ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍, ହରିଦ୍ୱାରକୁ ନୋଟିସ୍ ଜାରି କରାଯାଇଥିଲା। ଉଦାମ ସିଂ ନଗର ରୁଦ୍ରପୁରର ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ ପରୀକ୍ଷା ଲାବୋରେଟୋରୀରେ ଏହାର ଫୋରେନସିକ୍ ଟେଷ୍ଟ ୨୦୧୯ ମେ’ ୧୮ରେ କରାଯାଇଥିଲା ।
ଏହାପରେ ଡିସେମ୍ବର ୨୦୨୦ରେ ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗ ଲାବୋରେଟୋରୀ ଏକ ରିପୋର୍ଟରେ ଏହା ଖରାପ ମାନର ବୋଲି ଦର୍ଶାଯାଇଥିଲା। ଏନେଇ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କ ନାରେ ରୁଜୁ ହୋଇଥିଲା ମାମଲା ।ବର୍ତମାନ ପିଥୋରାଗଡ଼ କୋର୍ଟ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ୬ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି
Comments are closed.