ପାରାଦୀପ: ପାରାଦୀପ କପିଳ ଯୋରରେ ମାଛ ମଡକ ଦେଖିବାକୁ ମିଳିଛି। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୂତ୍ତୀ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମାଛ ମଡକର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ ଯୋରରେ ପାଣି ଅତ୍ୟଧିକ ଦୂଷିତ ଯୋଗୁଁ କିମ୍ବା କେହି ଏଥିରେ ବିଷ ପ୍ରୟୋଗ କରିଥିବା ଅନୁମାନ କରାଯାଉଛି। ଜଗନ୍ନାଥ ମାଉସୀ ମା ମନ୍ଦିର ନିକଟରୁ ସ୍ମୃତି ଉଦ୍ୟାନ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଯୋରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି। ଖବର ପାଇ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ମାଛ ଓ ଜଳର ନମୁନା ସଂଗ୍ରହ କରିଛନ୍ତି। ଏଗୁଡ଼ିକ ଲ୍ୟବରେ ପରୀକ୍ଷା କରିବା ପରେ ମାଛ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ପାରାଦୀପ ରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ଏହା ଜଳଜୀବ ମାନଙ୍କୁ ପ୍ରଭାବିତ କରୁଛି। ଯାହା ସ୍ଥାନୀୟ ଅଞ୍ଚଳରେ ବିପଦ ସୃଷ୍ଟି କରୁଛି। ତୁରନ୍ତ ଏହାର ନମୁନା ପରୀକ୍ଷା କରି ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।
BREAKING NEWS
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି
- ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ

Comments are closed.