Latest Odisha News

BREAKING NEWS

୧୨ରେ ବାଂଲାଦେଶରେ ‘ପଠାନ’ ରିଲିଜ୍ : ୫୨ ବର୍ଷ ପରେ ହେବ ପ୍ରଥମ ହିନ୍ଦୀ ଫିଲ୍ମ ରିଲିଜ୍

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ ଫିଲ୍ମ ରିଲିଜ୍ ହେବ । ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଫିଲ୍ମ ‘ପଠାନ’ ଗତ ଜାନୁୟାରୀ ୨୫ରେ ପ୍ରାୟ ୧୦୦ ଦେଶରେ ରିଲିଜ୍ ହୋଇଥିଲା । ରିଲିଜ୍‌ର ପ୍ରଥମ ଦିନରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା । ଏହାକୁ ଦେଖିବା ପାଇଁ ପଡୋଶୀ ଦେଶରୁ ଶାହାରୁଖଙ୍କ ପ୍ରଶଂସକମାନେ ଭାରତରେ ପହଞ୍ଚିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅଭିନେତାଙ୍କ ପ୍ରଶଂସକମାନେ ଏତେ ପାଗଳ ଥିଲେ ଯେ ସେମାନେ ଦୁଇଗୁଣ ମୂଲ୍ୟରେ ମଧ୍ୟ ଟିକେଟ କିଣିବାକୁ ପ୍ରସ୍ତୁତ ଥିଲେ । ସାରା ବିଶ୍ୱରେ ନିଜର ଜଲୱା ଦେଖାଇଥିବା ‘ପଠାନ’ ଏବେ ବାଂଲାଦେଶରେ ଆସନ୍ତା ୧୨ ତାରିଖରେ ରିଲିଜ ହେବ । ଏହା ଫେବୃୟାରୀ ୨୪ ତାରିଖରେ ରିଲିଜ୍ ହେବାର ଥିଲା । ହେଲେ କୌଣସି କାରଣରୁ ରିଲିଜ୍ ହୋଇପାରି ନ ଥିଲା ।

ସବୁଠୁ ବଡ଼ କଥା, ୧୯୭୧ ମସିହା ପରେ ବାଂଲାଦେଶରେ ପ୍ରଥମ ଥର ହିନ୍ଦୀ ଫିଲ୍ମ ରିଲିଜ୍ ହେବ । ଏଭଳି ପରିସ୍ଥିତିରେ ଦେଶ ଗଠନର ପ୍ରାୟ ୫୨ ବର୍ଷ ପରେ ଏକ ହିନ୍ଦୀ ଫିଲ୍ମ ମୁକ୍ତିଲାଭ କରୁଛି । ୟଶରାଜ ଫିଲ୍ମସ ବାଂଲାଦେଶର ଅଥରିଟିଜକୁ ଫିଲ୍ମ ରିଲିଜକୁ ନେଇ ଧନ୍ୟବାଦ ଦେଇଛି । ୟଶରାଜର ନେଲସନ ଡିସୁଜା କହିଛନ୍ତି, ବାଂଲାଦେଶରେ ଶାହାରୁଖଙ୍କର ଅନେକ ପ୍ରଶଂସକ ଅଛନ୍ତି ।

Comments are closed.