Latest Odisha News

BREAKING NEWS

ଅଜବ ଯାଆଁଳା ଭଉଣୀ: ସମାନ ଦେଖାଯିବା ପାଇଁ କରିଛନ୍ତି ଅସ୍ତ୍ରୋପଚାର, ଗୋଟେ ପୁଅକୁ ଭଲ ପାଆନ୍ତି

ଅଷ୍ଟ୍ରେଲିଆ: କଥାରେ ଅଛି ବଡ଼ ଭଉଣୀ ମାଆ ସମାନ । ବଡ଼ ଭଉଣୀ ମା’ ପରି ସାନଭଉଣୀର ଯତ୍ନ ନିଏ । କିନ୍ତୁ ଏମିତି ଏକ ଯାଆଁଳା ଭଉଣୀ ଅଛନ୍ତି,ଯିଏ ସବୁ ସମାନ କରିବା ସହ କେହି କାହାକୁ ଛାଡ଼ି ରହି ପାରନ୍ତି ନାହିଁ । ଏମିତି କି ଗୋଟିଏ ବୟଫ୍ରେଣ୍ଟକୁ ଭଲ ପାଉଥିବାରୁ ଏବେ ଏହି ଯାଆଁଳା ଭଉଣୀ ଚର୍ଚ୍ଚାରେ ଅଛନ୍ତି ।

ଅଷ୍ଟ୍ରେଲିଆରେ ରୁହନ୍ତି ଯାଆଁଳା ଭଉଣୀ ହେଲେ ଆନ୍ନା ଏବଂ ଲୁସି । ସେମାନେ ଛୋଟବେଳୁ ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ଏକା ରଙ୍ଗର ଡ଼୍ରେସ ପିନ୍ଧିବା ସହ ଜୋତା, କାନଫୁଲ, ଚୁଡ଼ି ସମାନ ପିନ୍ଧିଥାନ୍ତି । ହେୟାର ଷ୍ଟାଇଲ୍ ବି ସମାନ କରନ୍ତି । ସମାନ ଦେଖାଯିବା ପାଇଁ ଅପରେସନ କରି ପାଣିପରି ପଇସା ବି ଖର୍ଚ୍ଚ କରିଛନ୍ତି । ସେମାନେ ନିଜ ଶରୀରରେ ଯେଉଁଠି ପାର୍ଥକ୍ୟ ଦେଖିଲେ, ସେ ତାକୁ ଅସ୍ତ୍ରୋପଚାର ମାଧ୍ୟମରେ ସମାନ କରିଦେଲେ । ଆନ୍ନା ଏବଂ ଲୁସିଙ୍କୁ ବିଶ୍ୱର ସବୁଠୁ ଘନିଷ୍ଠ ଯାଆଁଳା ଭଉଣୀ ବୋଲି କୁହାଯାଉଛି ।

ସବୁଠୁ ବଡ଼ କଥା, ଆନ୍ନା ଓ ଲୁସିଙ୍କର ଗୋଟିଏ ବୟଫ୍ରେଣ୍ଡ । ତାଙ୍କ ନାଁ ହେଉଛି ବେନ୍ । ସେମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ନିକଟରେ ଯାଆଁଳା ଭଉଣୀ ସେମାନଙ୍କ ପ୍ରେମିକଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋରେ ଭଉଣୀମାନଙ୍କର ଗ୍ଲାମରସ୍ ଷ୍ଟାଇଲ୍ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆନ୍ନା ଏବଂ ଲୁସି ଜନ୍ମଦିନ ପାର୍ଟିରେ ସମାନ ରଙ୍ଗର ପୋଷାକ ପିନ୍ଧିବା ସହ କାନଫୁଲ,ଚୁଡ଼ିଆଦି ସମାନ ପିନ୍ଧିଛନ୍ତି । ତାଙ୍କର ୩୯ ବର୍ଷୀୟ ପ୍ରେମିକ ଦୁଇ ଭଉଣୀଙ୍କୁ ପଛରୁ ଧରିଥିବା ଦେଖିବାକୁ ମିଳିଛି । ତିନିଜଣ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ତିନିଜଣଙ୍କ ଯୋଡି ଦେଖି ଅଧିକାଂଶ ଲୋକ ବିରକ୍ତିଭାବ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.