Latest Odisha News

BREAKING NEWS

ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ମାମଲାରେ ଗଣିତ ଶିକ୍ଷକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଜଣେ ଶିକ୍ଷକଙ୍କୁ ଗୁରୁବାର ଦିନ ସପ୍ତମ ଶ୍ରେୀଣୀ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକ । ପୋଲିସ ତାଙ୍କୁ ଗତକାଲି ପଚରାଉଚୁରା ପାଇଁ ଅଟକ ରଖିଥିଲା ।

ଛାତ୍ରୀଙ୍କ ମାତା ପିତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ସଞ୍ଜୟ ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଗତ ୪ ମାସ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିବା ତାଙ୍କ ପିତା ମାତା ଅଭିଯୋଗ କରିଥିଲେ । ଯେତେବେଳେ ସେମାନେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖରେ ଘଟଣା ସଂପର୍କରେ ଜଣାଇଥିଲେ ୧୦ହଜାର ଟଙ୍କା ଦେଇ ମାମଲାକୁ ଚପାଇବାକୁ ଉଦ୍ୟମ କରାଯାଇଥିଲା ।

Leave A Reply

Your email address will not be published.