Latest Odisha News

BREAKING NEWS

କେବୁଲ ତାରରେ ଛନ୍ଦି ହୋଇ ରୋଗୀଙ୍କ ଜୀବନ ଗଲା

ନୀଳଗିରି: ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ ଜଣେ ବ୍ଯକ୍ତି। ହେଲେ ସୁସ୍ଥ ହୋଇ ଘରକୁ ଫେରିବା ପରିବର୍ତ୍ତେ ମେଡିକାଲ ପରିସରରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ଜୀବନ ଗଲା। ଏଭଳି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ମେଡିକାଲରେ।

ମୃତକ ଜଣକ ଆମ୍ବଝର ଗାଁ ର କରଣ ସିଂ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁ ଗତ ୫ ଦିନ ତଳେ କରଣ ନୀଳଗିରି ମେଡିକାଲକୁ ଆସିଥିଲେ। ସୁସ୍ଥ ହେବା ପରେ ଆଜି ସେ ଡିସଚାର୍ଜ ହୋଇଥାନ୍ତେ। କିନ୍ତୁ ମେଡିକାଲର ଅସାବଧାନତା ପାଇଁ ତାଙ୍କର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଏନେଇ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କ୍ୟାମ୍ପସ୍ ପରିସରରୁ କେବୁଲ ହଟାଇବାକୁ କଣ୍ଟ୍ରାକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ନୀଳଗିରି ସିଡିଏମଓ ଡ. ସରୋଜିନୀ ପ୍ରଧାନ କହିଛନ୍ତି ଯେ ରୋଗୀ କିପରି ୱାର୍ଡ ବାହାରକୁ ଗଲେ ସେ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ କରାଯିବ।

Comments are closed.