Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୭-୦୫-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ ତା୧୭ ରିଖ  ରବିବାର  ବୃଷ ୪ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଦଶମୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର 
ଘାତ ବାର: ମେଷ ରାଶିର 
ଘାତ ଚନ୍ଦ୍ର: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜି:  କଳମ୍ବୀ ଶାଗ   ଖାଇବା  ନିଷେଧ
ମେଷ :
 ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ନେଇ ଅସନ୍ତୋଷ ଦେଖା  ଦେବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ମତପାର୍ଥକ୍ୟ ଆଶଙ୍କା ରହିଛି । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି।

ଅଧିକ ପଢନ୍ତୁ – ୨୦୨୦ ବାର୍ଷିକ ରାଶିଫଳ; ପ୍ରଖ୍ୟାତ ଜ୍ୟୋତିର୍ବିଦ ଡଃ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ

ବୃଷ :
କୌଣସି ବନ୍ଧୁଙ୍କ ପରୋକ୍ଷ ବିରୋଧ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟହାନୀ କାରଣରୁ ମନରେ ସରସତା ରହିବ ନାହିଁ ।
ମିଥୁନ :
ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଈପ୍‌ସିତ କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରିବାକୁ ପଡ଼ିପାରେ। ନିଜ ପରିସରର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁରୋଧରେ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ, ବ୍ୟବସାୟିକ କ୍ଷେତ୍ର, ଅଟକି ରହିଥିବା ଘରକାମ ସକାଶେ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି।
କର୍କଟ :
ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାମ କରିପାରିବେ । ଅଧସ୍ତନ କର୍ମଚାରୀ, ପରିବାରରେ ଭାଇ କିମ୍ବା ନିଜ ପରିସରର ବନ୍ଧୁମାନଙ୍କ କାମରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଅବଶ୍ୟ ମାଲିମକଦ୍ଦମା, ସଭାସମିତି, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।
ସିଂହ :
 ଖୁସିର ବାତାବରଣ ମଧ୍ୟରେ ଦିନଟିକୁ କଟାଇବାର ପରିବେଶ ସୃଷ୍ଟି କରିବେ। ପଡ଼ୋଶିନୀ କିମ୍ବା କୌଣସି ବାନ୍ଧବୀଙ୍କ ପ୍ରଶଂସାସୂଚକ କଥାବାର୍ତ୍ତାରେ ଖୁସି ଅନୁଭବ କରିବେ। ପୂର୍ବରୁ ପ୍ରସ୍ତୁତି ନ ଥାଇ ମଧ୍ୟ ଯଥେଷ୍ଟ କିଛି ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।

ଅଧିକ ପଢନ୍ତୁ: ହ୍ରାସ ପାଇଛି ପୃଥିବୀର କମ୍ପନ, କାରଣ କରୋନା ନୁହେଁ ତ !

କନ୍ୟା :
ଅଭିଳଷିତ କାମ ହାସଲ କରିବାରେ ପ୍ରତ୍ୟକ୍ଷ ସମସ୍ୟା ନ ଥିଲେ ମଧ୍ୟ ପରୋକ୍ଷ ଅସୁବିଧା ଅନୁଭବ କରିପାରନ୍ତି। ଏଣେ କର୍ମକ୍ଷେତ୍ରରେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । ନିଜର ବିଶ୍ୱସ୍ତ ବନ୍ଧୁମାନେ ମଧ୍ୟ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ହେବ ।
ତୁଳା :
ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା କର୍ମକ୍ଷେତ୍ରରେ ସ୍ଥଗିତ କାମ ଆଜି ପାଇଁ ଚିନ୍ତାର କାରଣ ହେବ । ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ପଡ଼ୋଶୀଙ୍କ ସହାୟତାରେ ତଥାପି ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଧାର ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ବିଛା :
 ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗଲାଭ କିମ୍ବା ଆନୁଷ୍ଠାନିକ କାମ ଅଥବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ବିନା ବାଧାବିଘ୍ନରେ ସମାପନ ହୋଇପାରିବ ।  ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ ।
ଧନୁ :
ଅସାଧ୍ୟ ସାଧନ ଦିଗରେ ଅନୁପ୍ରେରିତ କରାଇପାରନ୍ତି। ମୁଖଭାବରେ ମଙ୍ଗଳ ହେତୁ ଅପ୍ରିୟ ସତ୍ୟ ଭାଷଣଜନିତ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବା ଆଶଙ୍କା ରହିଛି । ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିପାରେ । କୌଣସି ଆଗନ୍ତୁକଙ୍କ ସହ ତର୍କ କାରଣରୁ ସକାଳୁ ସକାଳୁ ମନଟା ବିଗିଡ଼ିଯିବା ସୂଚନା ଦେଖାଯାଏ ।
ମକର :
କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେଇପାରେ । ବନ୍ଧୁମାନଙ୍କ କାର୍ଯ୍ୟକଳାପକୁ ନେଇ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମରେ ଆଜି କେତେକାଂଶରେ ଆଂଶିକ ସଫଳତା ପାଇବେ । କର୍ମକ୍ଷେତ୍ରରେ ସ୍ଥିରତା ଅବ୍ୟାହତ ରହିବା ସହ ବ୍ୟବସାୟିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି ।
କୁମ୍ଭ :
ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ପରିବାରର ବାରମ୍ବାର ତାଗିଦ ଜନିତ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଅନୁଭବ କରିବେ। ଦୂରଯାତ୍ରା, ପରିଭ୍ରମଣ କିମ୍ବା ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ମୀନ:
ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‌ ହେବନାହିଁ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.