Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପାଟନା ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖିଲା ବିଏମସି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି ମୁମ୍ବାଇ ଓ ବିହାର ପୋଲିସ । ତଦନ୍ତ ପାଇଁ ମୁମ୍ୱାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖି ଦେଇଛନ୍ତି ବିଏମସି ଅଧିକାରୀ । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ ଭିତରେ ଚାଲିଥିବା ତିକ୍ତତାର ନୂଆ ଏପିସୋଡ ସାମନାକୁ ଆସିଛି ।

ଗତକାଲି ରାତିରେ ବିନୟ ତିଓ୍ୱାରୀ ମୁମ୍ୱାଇରେ ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ ବିହାର ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ । ବିନୟ ତିଓ୍ୱାରୀଙ୍କ ହାତରେ ଲାଗିଥିବା କ୍ୱାରେଣ୍ଟିନ୍ ଚିହ୍ନକୁ ସେୟାର କରିଥିଲେ । ବିନୟଙ୍କୁ ଅଗଷ୍ଟ ୧୫ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏପରିକି ତାଙ୍କୁ ଆଇପିଏସ୍ ମେସରେ ରହିବା ପାଇଁ ସୁବିଧା ଦିଆଗଲା ନାହିଁ ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ମୁମ୍ୱାଇରେ ଡେରା ପକାଇଛି ବିହାର ପୋଲିସ । ତଦନ୍ତକାରୀ ଅଫିସ ଭାବରେ ଯାଇଛନ୍ତି ବିନୟ ତିଓ୍ୱାରୀ । ବିହାର ପୋଲିସ ପୂର୍ବରୁ କହି ଆସୁଛି ତଦନ୍ତରେ ସହଯୋଗ କରୁନି ମୁମ୍ୱାଇ ପୋଲିସ । ଏବେ ବିନୟଙ୍କୁ ବିଏମସି ଅଧିକାରୀ କ୍ୱାରେଣ୍ଟାଇନ୍ କରିବା ଘଟଣାକୁ ନୂଆ ମୋଡ଼ ଦେଇଛି ।

Leave A Reply

Your email address will not be published.