Latest Odisha News

BREAKING NEWS

ପହଞ୍ଚିଲା ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ବୀର ସିଆରପିଏଫ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି ।

ଓଡ଼ିଶା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପରିଶିଖର ଗାଁ’ର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମର ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି ।

ଆଜି ଉଭୟ ରତନପୁର ଓ ପରିଶିଖର ଗ୍ରାମ ନିଜ ଗାଁ ପୁଅଙ୍କ ପାର୍ଥିବ ଶରୀରକୁ ପାଛୋଟି ନେବାକୁ ଅନାଇ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି । ସହିଦଙ୍କ ମରଶରୀରର ଅନ୍ତିମ ଦର୍ଶନ ଲାଗି ବିମାନବନ୍ଦରରେ ବହୁ ଲୋକ ପ୍ରତୀକ୍ଷା କରିଛନ୍ତି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏକ ଅସ୍ଥାୟୀ ମଞ୍ଚ ନିର୍ମାଣ କରାଯାଇଛି, ଯେଉଁଠାରେ ବିମାନରୁ ସହିଦଙ୍କ ପାର୍ଥିବ ଶରୀର ଅଣାଯାଇ ସେଠାରେ ରଖାଯିବ ।

ସିଆରପିଏଫ ଆଇଜି ବିଟୁଲ୍ କୁମାର ଏବଂ ଡ଼ିଆଇଜି ଏସ କେ ଟିକ୍କାଙ୍କ ସମେତ ୨ଜଣ ସିଆରପିଏଫ ସୁରକ୍ଷାକର୍ମୀ ପୁଷ୍ପମାଲ୍ୟ ଦେଇ ସିଆରପିଏଫ ପକ୍ଷରୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ସିଆରପିଏଫର ଏକ ଟିମ୍ ସାଲ୍ୟୁଟ ଦେଇ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କର କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହି ୨ଜଣ ଓଡ଼ିଆ ସହିଦଙ୍କ ଅନ୍ତିମ ସକ୍ରାରରେ ଉପସ୍ଥିତ ରହିବେ ।

Leave A Reply

Your email address will not be published.