Latest Odisha News

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ ଅଭିଯୋଗ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ଜେଲ୍ ଭିତରେ ଜେଲର ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏସମ୍ପର୍କରେ ତାଙ୍କ ଓକିଲ ପାଟଣାଗଡ ଏସଡିଜିଏମ୍ କୋର୍ଟକୁ ଅବଗତ କରିବା ସହ ପୁଞ୍ଜିଲାଲଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯାଉ ବୋଲି କହିଛନ୍ତି ।

ଏହି ଘଟଣାରେ ପୁଞ୍ଜିଲାଲ୍ ୨୦୧୮ ମସିହା ଏପ୍ରିଲ୍ ୧୪ ତାରିଖରେ ଗିରଫ ହୋଇ ପାଟଣାଗଡ ସବ-ଜେଲରେ ରହିଥିଲେ । ଯାହା ପରେ ତାଙ୍କୁ ୨୦୧୯ ମସିହା ଫେବୃଆରୀ ୮ ତାରିଖରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ବଲାଙ୍ଗରୀ ଜିଲ୍ଲା ଭୋଳାନାଥପଡା ଗ୍ରାମରେ ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣରେ ଘଟଣାରେ ସାରା ବଲାଙ୍ଗୀର ଏକପ୍ରକାର ଥରି ଉଠିଥିଲା ।

ବିବାହରେ ମିଳିଥିବା ଏକ ଉପହାରକୁ ଖୋଲୁଥିବା ବେଳେ ବିସ୍ଫୋରଣ ହେବାରୁ ନବବିବାହିତ ଦମ୍ପତି ସୌମ୍ୟ ଶେଖର ସାହୁ ଓ ପତ୍ନୀ ରିମାରାଣୀ ଏବଂ ଜେଜେମା ଜେମାମଣୀ ଗୁରୁତର ଭାବେ ଆହତ ହୋଇଥିଲେ ।

ପୋଲିସର ତଦନ୍ତ ପରେ ଏହି ବିସ୍ଫୋରଣରେ ପାଟଣାଗଡ ସ୍ଥିତ ଭୈଇଁଶା ଠାରେ ଥିବା ଜ୍ୟୋତି ବିକାଶ ଜୁନିୟର କଲେଜର ପ୍ରଫେସର ପୁଞ୍ଜିଲାଲଙ୍କ ହାତ ଥିବା ଜଣାପଡିଥିଲା । ସୌମ୍ୟ ଶେଖରଙ୍କ ସହ ପୁଞ୍ଜିଲାଙ୍କ ବ୍ୟକ୍ତିଗତ ବିବାଦ ଯୋଗୁଁ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଥିଲା।

Leave A Reply

Your email address will not be published.