Latest Odisha News

ଦୁର୍ଗା ମାଆ ନୁହେଁ ସାଧାରଣ ମଣିଷ ଆମେ

ପାର୍ବଣର ଋତୁ ଏଵେ ସବୁ ଆଡ଼େ ମାଆ ଆସୁଛନ୍ତି ବୋଲି ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ଝଲସୁଛି । ନବରାତ୍ରି ଚାଲିଚି ସବୁଆଡ଼େ । ଖୁସି ଆଉ ଖୁସିର ଲହରୀ ଖାଲି । ସମସ୍ତଙ୍କ ର ସେଇ ଗୋଟିଏ କଥା ମୁହଁରେ ଜଗତଜନନୀ ମାଆ ଦୁର୍ଗା ଅସତ୍ୟ ଉପରେ ବିଜୟୀ ହେବେ, ସତ୍ୟର ପ୍ରକୃତ କଥାକୁ ସମସ୍ତଙ୍କୁ ଦେଖେଇବେ । ନୂଆ ରାସ୍ତାରେ ଚାଲିବାକୁ ସାହସ ଯୋଗେଇବେ । କେତେ କଣ ଆଶାକୁ ଆମର ପୂରଣ କରିବେ ମାଆ । ଭାବିଲେ ସତରେ ବହୁତ ଖୁସି ଲାଗୁଛି କିନ୍ତୁ ପୁଣି ଏ ଖୁସି ନିମିଷକରେ ମିଳେଇଯାଉଛି । କାରଣ ତ ବହୁତ ଅଛି କିନ୍ତୁ ଦୁଇଟି ଉଦାହରଣ ଦେବା ପାଇଁ ଚାହିଁବି ଏଠାରେ । ତିନିଦିନ ତଳେ ହ୍ୱାଟ୍ସଅପରେ ଗୋଟିଏ ମେସଜ ପାଇଥିଲି । ଆମକୁ (ମହିଳାଙ୍କୁ ) ଦେବୀ ସହିତ ନୁହେଁ ସାଧାରଣ ମଣିଷ ସହିତ ତୁଳନା କଲେ ଆମେ ବହୁତ ଖୁସି ହେବୁ । ସତରେ ମନକୁ ବହୁତ ଛୁଇଁଥିଲା ସେ ମେସେଜଟି । ସେଇ ମେସେଜର ପ୍ରତିଟି ଶବ୍ଦରେ ନିଛକ ବାସ୍ତବତା ଥିଲା ବୋଲି ଅନୁଭବ କଲି । ତାର କାରଣ ଯଦି ଖୋଜିବା ତାହେଲେ ଆମ ଆଖ ପାଖରେ ବହୁତ ଗୁଡ଼ିଏ ଉଦାହରଣ ମିଳିଯିବ ।

କଥାରେ ଆମେ ଯେତେବେଳେ ନାରୀକୁ ଏତେ ସମ୍ମାନ ଦେଉଛେ କାମରେ କିନ୍ତୁ ଠିକ ଓଲଟା କରୁଛେ । ତମେ ସାକ୍ଷାତ ଲଷ୍ମୀ, ତମେ ସାକ୍ଷାତ ଦୁର୍ଗାଙ୍କ ଭଳି ଦିଶୁଛ ବୋଲି କହିଦେଇ ଆମେ ନିଜର ମୂଳ କର୍ତ୍ତବ୍ୟରୁ ଓହରିଯାଉଛେ । ସେ ଲଷ୍ମୀ, ସେ ଦୁର୍ଗାଙ୍କୁ ଆମେ ପୁଣି ପର ମୁହୂର୍ତରେ ନିର୍ଯାତନା ଦେଉଛେ । ସେତେବେଳେ ଆଉ ଲଷ୍ମୀ, ଦୁର୍ଗାଙ୍କ କଥା ମନେପଡ଼ୁନି ଏ ସମାଜର । ପାଞ୍ଚ ମାସ ତଳର ଘଟଣା ପରି ନାମରେ କୁନି ଝିଅଟିର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଆଜିକୁ ପାଞ୍ଚ ମାସ ହେଇଗଲାଣି ସେ ମୃତ୍ୟୁର ତଦନ୍ତ ହେଲାନାହିଁ । ବ୍ୟବସ୍ଥା ଆମର ଏତେ ହୁଗୁଳା ଯେ ଆମେ ଦୋଷୀକୁ ଧରିବା ପାଇଁ ଦୀର୍ଘ ପାଞ୍ଚ ମାସ ବିତିଲାଣି । ଏତେ ସବୁ ଘଟଣା ପରେ ମଧ୍ୟ କେମିତି ଆମ ର ଏ ସମାଜ ଦୁର୍ଗା ଆଉ ଲଷ୍ମୀଙ୍କର ଆଖ୍ୟା ଦେଉଛି ଆମ ଝିଅଙ୍କୁ । ମା ଦୁର୍ଗା ଙ୍କ ଆଗମନ ନିଶ୍ଚୟ ସମସ୍ତଙ୍କୁ ସୁରକ୍ଷା ଦେବ ଏଥିରେ ସନ୍ଦେହ ନାହିଁ । ଝିଅମାନଙ୍କୁ ସୁରକ୍ଷା ଦେବା ସାଙ୍ଗରେ ମାଆ ଦୁର୍ଗା ପିଶାଚ ରୂପୀ ନରଙ୍କୁ ନିଶ୍ଚୟ ଉଚିତ ଦଣ୍ଡ ଦେବେ । ମାଆ ଲକ୍ଷ୍ମୀ ଆଉ ମାଆ ଦୁର୍ଗା କହିଦେଲେ ହେବ ନାହିଁ ସେମାନଙ୍କ ସୁରକ୍ଷା ଆଉ ସମ୍ମାନ କୁ ମଧ୍ୟ ଆମେ ଗୁରୁତ୍ୱ ଦେବା, ତାହେଲେ ପ୍ରକୃତ ଅର୍ଥରେ ମାଆ ଦୁର୍ଗାଙ୍କର ଆଶିଷ ଆମେ ପାଇପାରିବା ।

Leave A Reply

Your email address will not be published.