Latest Odisha News

BREAKING NEWS

ସେପ୍ଟେମ୍ବର ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ରୋକିବାକୁ ‘ହୁ’ର ପରାମର୍ଶ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଧନୀ ଦେଶମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଟିକାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି। ଏହା ଗରିବ ଦେଶମାନଙ୍କୁ ଏହାର ଡୋଜ ପାଇବାରେ ସାହାଯ୍ୟ କରିବ।

ହୁ ମୁଖ୍ୟ କହିଛନ୍ତି ଯେ, ଶହ ଶହ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜକୁ ଅପେକ୍ଷା କରିଥିବାବେଳେ କେତେକ ଧନୀ ଦେଶ ବୁଷ୍ଟର ଡୋଜ ଆଡକୁ ଆଗେଇଛନ୍ତି। ତେବେ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରୋକିବା ପାଇଁ ହୁ କହିଛି।

ରିପୋର୍ଟ ଅନୁଯାୟୀ ବିଶ୍ବସ୍ତରରେ ଏପର୍ଯ୍ୟନ୍ତ ୪ ବିଲିୟନରୁ ଅଧିକ ଟିକା ଦିଆଯାଇଛି। ଏଥିମଧ୍ୟରୁ, “୮୦ ପ୍ରତିଶତ ରୁ ଅଧିକ ଉଚ୍ଚ ଏବଂ ଉଚ୍ଚ ମଧ୍ୟବିତ୍ତ ଆୟକାରୀ ଦେଶର ଲୋକ ଅନ୍ତର୍ଭୁକ୍ତ।”, ଯାହା ବିଶ୍ବ ଜନସଂଖ୍ୟାର ଅଧାରୁ କମ୍।

Comments are closed.