Latest Odisha News

BREAKING NEWS

ସୁଯୋଗ ଆଉ ବ୍ରୋଞ୍ଜ ପଦକ ହାତଛଡା କଲେ ଦୀପକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ବିଭାଗରେ ମୁକାବିଲାରେ ହାରି ଯାଇଛନ୍ତି । ବ୍ରୋଞ୍ଜ ପଦକ ଜିତିବା ସୁଯୋଗ ଥିଲେ ମଧ୍ୟ ଦୀପକ ଏହାକୁ ହାତଛଡା କରିଛନ୍ତି । ସନ ମାରିୟନର ନାଜେମ ମାୟଲେସଙ୍କ ନିକଟରୁ ଦୀପକ ୨-୪ରେ ପରାଜିତ ହୋଇଥିଲେ । ୫ ମିନିଟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଦୀପକ ୨-୧ରେ ଆଗରେ ଥିଲେ ।

ଏହା ପରେ ନାଜେମ ସିଙ୍ଗଲ ଲେଗ ଆଟାକରେ ୨ ପଂଏଟ ହାସଲ କରି ନେଇଥିଲେ । ଭାରତୀୟ ଦଳ ଏହି ନିଷ୍ପତି ନେଇ ଅଭିଯୋଗ କରିଥିଲେ । ମାତ୍ର ଏହା ତାଙ୍କ ବିପକ୍ଷରେ ଯାଇଥିଲା । ଯାହା ଫଳରେ ବିରୋଧୀ ପହଲିୱାନଙ୍କୁ ଆଉ ଏକ ପଂଏଟ ମିଳିଥିଲା । ପୂର୍ବରୁ ମହିଳା ରେସଲିଂରେ ଭିନେଶ ଫୋଗଟ ଓ ଅଂଶୁ ମଲିକ ସେମାନଙ୍କ ମ୍ୟାଚ ହାରି ଯାଇଛନ୍ତି ।

Leave A Reply

Your email address will not be published.