Latest Odisha News

BREAKING NEWS

ଛୋଟ ପରଦାର ଏହି ଆକ୍ଟ୍ରେସ୍ କରିବେ ବଲିଉଡ ଡେବ୍ୟୁ

ମୁମ୍ବାଇ: ଜି’ ଟିଭିରେ ପ୍ରସାରିତ ହେଉଥିବା ‘ପବିତ୍ର ରିସ୍ତା’ ଧାରାବାହିକର ଆଶା ନେଗୀଙ୍କୁ କିଏ ବା ନଜାଣେ । ଆଶାଙ୍କ ଚୁଲବୁଲି ଅନ୍ଦାଜ ସାଙ୍ଗକୁ ମନଲୋଭା ହସରେ ଦିୱାନା ତାଙ୍କ ପ୍ରଶଂସକ । ତେବେ ଛୋଟ ପରଦାର ଏହି ଚୁଲବୁଲି ନାୟିକା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରି ବଲିଉଡରେ ଏଣ୍ଟ୍ରି କରିବାର ତାଲିକାରେ ଆଶାଙ୍କ ନାଁ ଯୋଡି ହୋଇଯାଇଛି।

ଆଶା ନେଗୀ ସିରିଏଲ ଇଣ୍ଡଷ୍ଟ୍ରିରୁ ଅନେକ ସଫଳତା ହାସଲ କରିଛନ୍ତି। ପବିତ୍ର ରିସ୍ତା ଧାରାବାହିକରେ ଋତ୍ବିକ୍‌ ଧନଯାନୀ ଓ ଆଶା ନେଗୀଙ୍କୁ ଦର୍ଶକଙ୍କର ବହୁତ ଭଲ ପାଇବା ମିଲିଥିଲା। ଉଭୟଙ୍କର ଏହି ରିଲ ଲାଇଫ ଯୋଡିକୁ ଦର୍ଶକମାନେ ଏତେ ପସନ୍ଦ କରିଥିଲେ ଯେ, ଦେଖୁ ଦେଖୁ ଏହି ଫେମସ୍ ଯୋଡି ରିୟଲ ଲାଇଫରେ ମଧ୍ୟ ଉଭୟ ଉଭୟଙ୍କୁ ଡେଟ୍‌ କରିବା ଆରମ୍ଭ କଲେ ।ଉଭୟଙ୍କ ଲଭଷ୍ଟୋରୀ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ।

ଅନୁରାଗ ବାସୁଙ୍କ ଫିଲ୍ମ ମେଟ୍ରୋ ୨ର ମୁଖ୍ୟ ଭୂମିକାରେ ଆଶା ନଜର ଆସିବେ। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ମେଟ୍ରୋର ସିକ୍ବେଲ ନିର୍ମାଣ କରିବାକୁ ଯାଉଛନ୍ତି ଅନୁରାଗ। ଏହି ସିକ୍ବେଲ ଫିଲ୍ମରେ ଆଶା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ଆଶାଙ୍କ ବିପକ୍ଷରେ ନଜର ଆସିବେ ଅଭିଷେକ ବଚ୍ଚନ ।

ଅଭିଷେକ ଓ ଆଶାଙ୍କ ବ୍ୟତୀତ ଏଥିରେ ରାଜକୁମାର ରାଓ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇସାରିଥିବା ଜଣା ପଡିଛି।

Leave A Reply

Your email address will not be published.