Latest Odisha News

BREAKING NEWS

‘ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ’ରେ କ୍ୟାଟରିଂ ସେବା ହେଲା ଇଛାଧିନ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି । ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ ।

ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ ଭାବେ ପ୍ରଚଳନ କରାଯାଇଅଛି ।

ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧିନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇ ଅଛି ।

ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ ଓ ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁ ।

ଏହି ଇଛାଧିନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତ କୁ ସୂଚିତ କରୁଛି –

୦୧. ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ ।

୦୨. ଟ୍ରେନ ଟିକେଟ ଦେୟରେ କ୍ୟାଟେରିଙ୍ଗ ଦେୟକୁ ମିସାଯିବ ନାହିଁ ।

Leave A Reply

Your email address will not be published.