Latest Odisha News

ନିସର୍ତ୍ତ କ୍ଷମା ମାଗିଲେ ପବନ ଖେଡ଼ା, ଆଶା କରୁଛି ସେ ଆଉ କେବେ ଏମିତି ଭୁଲ୍ କରିବେନି; ହିମନ୍ତ ବିଶ୍ୱ ଶର୍ମା

ଦିଶପୁର: କ୍ଷମା ମଗିଲେ କଂଗ୍ରେସ ନେତା ପବନ ଖେଡ଼ା। ସାର୍ବଜନିକ ସ୍ଥାନରେ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଖେଡ଼ା ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଗତକାଲି ଖେଡ଼ାକୁ ବିମାନରୁ ଓହ୍ଲାଇ ଦେଇ ତାଙ୍କୁ ଗିରଫ କରାଯାଥିଲା। ଏହାର ଗୋଟିଏ ଦିନ ପରେ ସେ ସେ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ଅଭିଯୁକ୍ତ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଆମେ ଆଶା କରୁଛୁ ଯେ ଏବେ ଠାରୁ ସେ ସର୍ବସାଧାରଣରେ ଶାଳୀନତା ରକ୍ଷା କରି କୌଣସି ରାଜନୈତିକ ଭାଷଣରେ ଅସଭ୍ୟ ଭାଷାର ପ୍ରୟୋଗ କରିବେ ନାହିଁ।”

ସୂଚନା ଥାଉକି ଗତକାଲି ପବନ ଖେଡ଼ା ଦିଲ୍ଲୀ ବିମାନ ବନ୍ଦରରୁ ରାୟପୁର ଅଭିମୁଖେ ଦଳୀୟ କାର୍ଯ୍ୟକ୍ରରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଆସାମ ପୁଲିସ ଅଟକାଇ ଗିରଫ କରିଥିଲା। ଯାହାକୁ ନେଇ କଂଗ୍ରେସ ଦିଲ୍ଲୀ ବିମାନ ବନ୍ଦରର ଲେନ୍ ୱାନ୍‌ରେ ଧାରଣା ଦେଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦ୍ୱାରକା କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଆସାମ ପୁଲିସ ଆଇଜିପି ଏଲ୍ ଆଣ୍ଡ ଓ ପ୍ରବକ୍ତା ପ୍ରଶାନ୍ତ କୁମାର ଭୂଇଁଆ ଖେଡ଼ାଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିବାରୁ ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ସାମ୍ପ୍ରଦାୟିକ ଅସହଯୋଗକୁ ପ୍ରୋତ୍ସାହିତ ଦେବା ଅଦି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।

ଏଥିପାଇଁ ଖେଡ଼ାଙ୍କ ବିରୋଧରେ ଦିମା ହାସାଓ ଜିଲ୍ଲାର ହାଫଲଙ୍ଗ ଥାନାରେ ମାମଲା ହୋଇଥିଲା। ଏହାପରେ ପୁଲିସ ଖେଡ଼ାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଯାଇଥିଲା ବୋଲି ପ୍ରଶାନ୍ତ କୁମାର ଭୂଇଆଁ ସୂଚନା ଦେଇଛନ୍ତି

 

 

Comments are closed.