Latest Odisha News

BREAKING NEWS

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଗତକାଲି ରାଷ୍ଟ୍ରପତି ଭବନ ଭିତରେ ତାଲିବାନୀ ଯୋଦ୍ଧା ପ୍ରବେଶ କରିଥିଲେ । ସେଠାରେ ଥିବା ଦେଶର ଜାତୀୟ ପତାକାକୁ ହଟାଇ ତାଲିବାନ ପତାକା ଉଡ଼ାଇଛନ୍ତି ।

ଅନ୍ୟପଟେ ତାଲିବାନକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲୀ ଅହମ୍ମଦ ଜଲାଲୀ ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ରକ୍ତପାତ କି ଯୁଦ୍ଧ ନୁହେଁ, ଶାନ୍ତପୂର୍ଣ୍ଣ ଭାବରେ ଆଫଗାନିସ୍ତାନରେ କ୍ଷମତା ନେବାକୁ ଚାହେଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।

ତାଲିବାନ ଦଖଲକୁ କାବୁଲ ଚାଲିଯିବା ଓ ରାଷ୍ଟ୍ରପତି ଦେଶ ଛାଡ଼ି କାଜିକିସ୍ତାନ ପଳାଇଯିବା ପରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ଭୟଭୀତ ନହେବାକୁ ଲୋକଙ୍କୁ କହିଛନ୍ତି ତାଲିବାନୀ । କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି । ଏହା ସହିତ ସେମାନେ ଖାଲି ହୋଇଯାଇଥିବା ଥାନା ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବେ । ତେବେ ସାଧାରଣ ଲୋକେ ଆତଙ୍କିତ ନହେବାକୁ କହିଛନ୍ତି ।

Leave A Reply

Your email address will not be published.