Latest Odisha News

BREAKING NEWS

ରେଳ ଷ୍ଟେସନ ଏବଂ ଟ୍ରେନ୍‌ ଭିତରେ ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଫାଇନ୍‌

ନୂଆଦିଲ୍ଲୀ: ରେଳ ଷ୍ଟେସନ ଏବଂ ଟ୍ରେନ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଚ୍ଛନ୍ନତାର ସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି।  ଯେଉଁମାନେ  ଛେପ ପକାଇବେ ଏବଂ ସଠିକ୍‌ ଭାବେ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ରେଳବାଇ କହିଛି।

ସୂଚନା ଅନୁଯାୟୀ ଫେସମାସ୍କ ବ୍ୟତୀତ, ଅନ୍ୟ କୋଭିଡ୍‌ ପ୍ରୋଟୋକଲଗୁଡ଼ିକ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବା, ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଥର୍ମାଲ୍‌ ସ୍କ୍ରିନିଂ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କ ହାତକୁ ସାନିଟାଇଜ କରିବାକୁ ମଧ୍ୟ କୁହାଯାଇଛି।

Comments are closed.