Latest Odisha News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗିଲେ ପାୟଲ; କହିଲେ ଏ ମାଫିଆ ଗ୍ୟାଙ୍ଗ୍ ମୋତେ ମାରିଦେବେ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଉପରେ ଯୌନ ଶୋଷଣ ଅଭିଯୋଗ କରୁଥିବା ଅଭିନେତ୍ରୀ ପାୟଲ ଘୋଷ ଲଗାତାର୍‌ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି । ପାୟଲ ବର୍ତ୍ତମାନ ସହାୟତା ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଏହି ମାଫିଆ ଗ୍ୟାଙ୍ଗ୍ ମୋତେ ମାରିଦେବେ।

ନିକଟରେ ପାୟଲ ଘୋଷ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ପିଏମ ମୋଦୀ, ପିଏମଓ ଏବଂ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କୁ ଟ୍ୟାଗ୍ କରିଛନ୍ତି। ଏହି ଟୁଇଟ୍‌ରେ ପାୟଲ ଲେଖିଛନ୍ତି ଯେ ଏହି ମାଫିଆ ଗ୍ୟାଙ୍ଗ ମୋତେ ମାରିଦେବେ ଏବଂ ରେଖା ଶର୍ମା ମୋର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେଇଦେବେ।

ଏହି ଟୁଇଟର କିଛି ଘଣ୍ଟା ପରେ ପାୟଲ ଘୋଷ ଆଉ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓ, ଗୃହ ମନ୍ତ୍ରଣାଳୟ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରିଛନ୍ତି।

ଏଥିରେ ପାୟଲ ଲେଖିଛନ୍ତି ଦେଖାଯାଉଛି ଯେ ସେମାନେ ସୁଶାନ୍ତଙ୍କ ପରି ମୋର ମୃତ୍ୟୁ ହେବାକୁ ଅପେକ୍ଷା କରିଛନ୍ତି କାରଣ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ହୋଇ ନାହିଁ ଏବଂ ମୋର ମୃତ୍ୟୁ ଅନ୍ୟ ବଲିଉଡ ଅଭିନେତାମାନଙ୍କ ପରି ରହସ୍ୟ ହୋଇ ରହିଯିବ।

Comments are closed.