Latest Odisha News

ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରି ଗିରଫ ହେଲେ ଗୁଜୁରାଟର ୪ ଯୁବକ

ଅହମ୍ମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି।

ଅହମ୍ମଦାବାଦ ସ୍ୱତନ୍ତ୍ର ପୋଲିସ କମିଶନର (କ୍ରାଇମ) ଅଜୟ ତୋମାର କହିଛନ୍ତି ଯେ, ଶନିବାର ଦିନ ସୋସିଆଲ ମିଡିଆରେ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରାଯାଇଥିଲା ।

ଆଇପିସି ଏବଂ ଆଇଟି ଆକ୍ଟ ବିଭାଗ ଅଧୀନରେ ଏକ ମାମଲା ଦାୟର ହୋଇଥିବା ଅଜୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଏହି ପୋଷ୍ଟ କରିବା ପରେ ଶାହା ତାଙ୍କ ଅସୁସ୍ଥତା ବିଷୟରେ ଗୁଜବକୁ ଖଣ୍ଡନ କରିଥିଲେ।

Comments are closed.