ଭୁବନେଶ୍ୱର: ଚିର ନିଦ୍ରାରେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ । ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ । ତାପୂର୍ବରୁ ତାଙ୍କ ମର ଶରୀରକୁ ଆଜି ସକାଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଦଳର ବହୁ ତୁଙ୍ଗ ନେତା ତାଙ୍କୁ ଶେଷ ଦର୍ଶନ କରିଥିଲେ । ଦିବଂଗତ ନେତାଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।

ବିଜେଡି କାର୍ଯ୍ୟାଳୟରୁ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଞ୍ଚିଥିଲା । ସେଠାରେ ବିଷ୍ଣୁ ଦାସଙ୍କ ଅନ୍ତିମ ଦର୍ଶନ କରିଥିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ ଓ କିଛି ବିଧାୟକ । ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭୁବନେଶ୍ୱରରୁ ମର ଶରୀରକୁ ପ୍ରଥମେ ତିର୍ତ୍ତୋଲ ଓ ପରେ ଜଗତସିଂହପୁର ନିଆଯିବ । ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛୁ, ସମର୍ଥକ, ନେତା, ଦଳୀୟ କର୍ମୀ ଶେଷ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ଜନ୍ମମାଟିରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ।

ଗତକାଲି ୬୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଷ୍ଣୁ ଦାସ । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।
BREAKING NEWS
- Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ ବଙ୍କର୍ ବଷ୍ଟର ବୋମା ପକାଇଲା ଆମେରିକା
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
- ବ୍ୟାଟେଲ ଅଫ ଗଲୱାନ ପରେ ବଦଳିବ ଏହି ଫିଲ୍ମର ନାମ
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
Comments are closed.